ବାଲିଗୁଡାରେ ପଡିନି “ଓଡିଶା ବନ୍ଦ’ର ପ୍ରଭାବ

0 180

ଫୁଲବାଣୀ : ମମିତା ହତ୍ୟା ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବନ୍ଦ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏହାର ପ୍ରଭାବ ପଡ଼ିନାହିଁ । ସହରର ପ୍ରାୟତଃ ସମସ୍ତ ଦୋକାନ ବଜାର ଖୋଲା ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘରୋଇ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଛି । ସେପଟେ ବାଲିଗୁଡ଼ା କଂଗ୍ରେସ ପକ୍ଷରୁ ସହରରେ ମୋଟରସାଇକେଲ ରାଲି କରି ପିକେଟିଂ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

hiranchal ad1
Leave A Reply

Your email address will not be published.

six − one =