ଇଂରାଜୀରେ ଏମ୍‌ଏ ତଥାପି ମିଳିଲାନି ଚାକିରି, ଯୁବତୀ ଖୋଲିଲେ ଚା ଦୋକାନ

0 139

କୋଲକତା : କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ତାଙ୍କୁ ସବୁବେଳେ ତାଙ୍କୁ କହୁଥିଲେ ଯଦି ସେ ଯଥେଷ୍ଟ ପରିଶ୍ରମ କରନ୍ତି ତେବେ ସେ ଆକାଶକୁ ସ୍ପର୍ଶ କରିପାରିବେ । ସେମାନେ ଚାହୁଁଥିଲେ ତାଙ୍କ ଝିଅ ଶିକ୍ଷକ ହୁଅନ୍ତୁ । ସତକୁ ସତ ତାଙ୍କ ଝିଅ ମଧ୍ୟ କଠିନ ପରିଶ୍ରମ କରି ଅଧ୍ୟୟନ କରିଥିଲେ ଓ ପରୀକ୍ଷାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ ଇଂରାଜୀରେ ଏମଏରେ ଡିଗ୍ରୀ ହାସଲ କରିବା ସତ୍ତେ୍ୱ ଚାକିରି ପାଇନଥିଲେ । ସେ ଅନେକ ପରୀକ୍ଷା ଦେଇଥିଲେ, ସବୁକିଛି ଚେଷ୍ଟା ସତ୍ତେ୍ୱ ସେ ସଫଳ ହୋଇପାରି ନଥିଲେ । ଶେଷରେ ସେ ଚା ବିକ୍ରି କରିବାକୁ ସ୍ଥିର କଲେ । ସେ ଉତ୍ତର ୨୪ ପରଗାନାର ହାବ୍ରା ଷ୍ଟେସନରେ ନିଜର ଏକ ଚା ଷ୍ଟଲ୍‌ ଖୋଲିଛନ୍ତି ।
ଯଦି କେହି ହାବ୍ରା ଷ୍ଟେସନକୁ ଯାଆନ୍ତି, ତେବେ ସେମାନେ ଏକ ଟୁକ୍‌ଟୁକି ଦୋକାନର ଏକ ବ୍ୟାନର ଦେଖିବେ ଯେଉଁଥିରେ ‘ଏମ୍‌ଇ ଇଂରାଜୀ ଚାଇୱାଲି’ ଲେଖା ଯାଇଥିବ । ଟୁକଟୁକିଙ୍କ ପିତା ଜଣେ ଭ୍ୟାନ୍‌ ଡ୍ରାଇଭର ଏବଂ ତାଙ୍କ ମା ଏକ ଛୋଟ ରାସନ ଦୋକାନ ଚଳାନ୍ତି । ପ୍ରଥମେ ସେମାନେ ଟୁକଟୁକିଙ୍କ ଚା ବିକ୍ରୟ ଯୋଜନାରେ ଅସନ୍ତୁଷ୍ଟ ଥିଲେ । ଚାକିରି ନ ପାଇବାରୁ ଟୁକଟୁକି ହାର ନ ମାନି ତାଙ୍କର ସମସ୍ତ ଶକ୍ତି ତାଙ୍କ ଯୋଜନାରେ ଉତ୍ସର୍ଗ କରିଥିଲେ ।

hiring


ଟୁକଟୁକି ଦାସ ” ଏମ୍‌ବିଏ ଚାଇୱାଲି’ ର କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଯାହା ସେ ଇଣ୍ଟରନେଟରେ ପଢିଥିଲେ । ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଭାବିଲି କୌଣସି କାମ ଛୋଟ ନୁହେଁ ତେଣୁ ମୁଁ ‘ଏମ୍‌ବିଏ ଚାଇୱାଲି’ଙ୍କ ପରି ମୋ ଚା ଷ୍ଟଲରେ କାମ କରିବା ଆରମ୍ଭ କଲି । ଆରମ୍ଭରୁ ସ୍ଥାନ ପାଇବା କଷ୍ଟସାଧ୍ୟ ଥିଲା କିନ୍ତୁ ପରେ ମୁଁ ଏହାକୁ ପାଇବାରେ ସଫଳ ହୋଇଥିଲି । ବର୍ତ୍ତମାନ ମୁଁ ଚା ଏବଂ ସ୍ନାକ୍ସ ବିକ୍ରୟ କରୁଛି । ମୋର ଏମଏ ଡିଗ୍ରୀ ଥିବାରୁ ମୁଁ ଏହି ଦୋକାନର ନାମ ସେହି ଅନୁସାରେ ରଖିଛି ।


ତାଙ୍କ ପିତା ପ୍ରଶାନ୍ତ ଦାସ କହିଛନ୍ତି, “ପ୍ରାରମ୍ଭରେ ମୁଁ ତାଙ୍କ ନିଷ୍ପତ୍ତିରେ ଖୁସି ନଥିଲି, ଯେହେତୁ ସେ ଶିକ୍ଷକ ହେବେ ବୋଲି ଆଶା କରି ଆମେ ତାଙ୍କୁ ଶିକ୍ଷା ଦେଇଥିଲୁ । ମୁଁ ପୁନର୍ବିଚାର କରି ଭାବିଲି ଯେ ଆତ୍ମନିର୍ଭରଶୀଳ ହେବ ଠିକ୍‌ । କାରଣ ଏହା ତାଙ୍କର ନିଷ୍ପତ୍ତି, ତେଣୁ ଏହା ଭଲ ” ।
ଚା ’ପାଇଁ ଟୁକଟୁକିଙ୍କ ଦୋକାନ ଆସୁଥିବା ଲୋକମାନେ ତାଙ୍କ ନାମ ପାଇଁ ତାଙ୍କ ନିକଟକୁ ଆକର୍ଷିତ ହୁଅନ୍ତି, ଷ୍ଟେସନରେ ଅନେକ ଯାତ୍ରୀ ତାଙ୍କ ଆତ୍ମନିର୍ଭରଶୀଳତାର ଉଦ୍ଦେଶ୍ୟରେ ଖୁସି ହୁଅନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଟୁକଟୁକିଙ୍କ କାହାଣୀ ଦେଶର ଅନ୍ୟ ଯୋଗ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ହୋଇପାରେ ଯେଉଁମାନେ ନିଜ ପାଇଁ ଚାକିରି ସୁରକ୍ଷିତ କରିବାରେ ସକ୍ଷମ ନୁହଁନ୍ତି ।

hiranchal ad1
Leave A Reply

Your email address will not be published.

thirteen − eight =