ଅଗ୍ନିକାଣ୍ଡରେ ଦୁଇ ଘର ଭସ୍ମିଭୂତ

0 88

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜୟପୁର ଗ୍ରାମ ନୁଆସାହିରେ ଗତକାଲି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ ଦୁଇଟି ଚାଳ ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗ୍ରାମର ନିଗମ ଭଞ୍ଜ ଓ ଭାସ୍କର ଭଞ୍ଜଙ୍କ ଘରେ ଗତକାଲି ସନ୍ଧ୍ୟା ସମୟରେ ଅଚାନକ ନିଆଁ ଲାଗିଯାଇଥିଲା । ଗ୍ରାମର ଯୁବକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା । ଆସିକା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ କରୁଛି ପ୍ରଶାସନ । ଅନ୍ୟପଟେ ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଥିବା ପରିବାର ସରକାରୀ ସହାୟତା ଦାବି କରିଛି ।

hiranchal ad1
Leave A Reply

Your email address will not be published.

seventeen + five =