ଅଁଳା ନବମୀରେ ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା

0 67

ପୁରୀ : ଆଜି ପବିତ୍ର ଅଁଳା ନବମୀ । ପବିତ୍ର ରାଧା ପାଦ ଦର୍ଶନ । ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିରରେ ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଆଜି ମନ୍ଦିର ସମ୍ପୂର୍ଣ୍ଣ ଖାଁଖାଁ । ଭକ୍ତଶୂନ୍ୟ ମନ୍ଦିର ପରିସର । ସବୁଠି ପହରା ଦେଉଛନ୍ତି ପୁଲିସ । କରୋନା ମହାମାରୀ ଯୋଗୁଁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କୋଭିଡ୍‌ ଗାଇଡଲାଇନ୍‌ ଆଧାରରେ ଆଜି ଅଁଳା ନବମୀ ଅବସରରେ ଗୋପିନାଥ ଦେବ ମନ୍ଦିର ପରିସରରେ ଜାରୀ ହୋଇଛି ୧୪୪ ଧାରା । ଭୋର ୪ଟାରୁ ୧୪୪ ଧାରା ମଧ୍ୟରେ ଚାଲିଛି ଶୃଙ୍ଖଳିତ ନିତିକାନ୍ତି । ମନ୍ଦିରର ଦୁଇଶହ ମିଟର ପରିଧି ମଧ୍ୟକୁ ଭକ୍ତଙ୍କ ପ୍ରବେଶ ମନା । କେବଳ ସଂଶ୍ଳିଷ୍ଟ ସେବାୟତଙ୍କ ପାଇଁ ରହିଛି ପ୍ରବେଶ ଅନୁମତି । ଏକ ପ୍ଲାଟୁନ ଫୋର୍ସ ମନ୍ଦିରକୁ ଘେରି ରହିଛନ୍ତି । ସକାଳୁ ମଙ୍ଗଳଆଳତୀ, ମଇଲମ,ଅବକାଶ ନିତି ପରେ ପ୍ରଭୁଙ୍କର ବେଶ ନିତି ସମ୍ପର୍ଣ୍ଣ ହେବା ପରେ ମାଆ ଓଡିଆଣି ବେଶରେ ଦର୍ଶନ ଦେଉଛନ୍ତି । ତେବେ ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ଦୁଇ ଦିନ ୧୪୪ଧାରା ଜାରି କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର ୪ ଘଟିକାଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦିଷ୍ଟ ସେବାୟତଙ୍କ ଉପସ୍ଥିତିରେ ନୀତିକାନ୍ତି ପାଳିତ ହେବ । କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶାନୁମତି ରହିବ । ମନ୍ଦିର ପରିସରରେ ଭିଡ ନହେବା ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟିକୁ ପରାମର୍ଶ ଦିଆଯାଇଛି । ୧୪୪ଧାରା ଜାରୀ ହୋଇଥିବା ସମୟରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ।

hiranchal ad1
Leave A Reply

Your email address will not be published.

7 + 8 =