ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

0 211

ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ଆଜି ହୋଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି ୧୬ ଜଣିଆ ଦଳ ଘୋଷଣା କରିଛି । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେବେ । ଉପ ଅଧିନାୟକ ହେବେ ଚେତେଶ୍ୱର ପୂଜାରା । ଦ୍ୱିତୀୟ ଟେଷ୍ଟ ପାଇଁ ଅଧିନାୟକ ବିରାଟ କୋହଲି ଦଳକୁ ଫେରିବେ । ମସ୍ତ ଫର୍ମାଟରେ ଟିମ୍‌ ଇଣ୍ଡିଆ ପାଇଁ ଖେଳୁଥିବା ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ସେହିପରି ଟି-୨୦ ସିରିଜ ପରି ଟେଷ୍ଟ ସିରିଜରେମଧ୍ୟ ଜସପ୍ରୀତ ବୁମ୍ରା ଖେଳିବେ ନାହିଁ ।
ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଭାବରେ ରିଦ୍ଧିମାନ ସାହାଙ୍କୁ ଚୟନ କରାଯାଇଥିବାବେଳେ କେ.ଏସ୍‌ ଭରତ ବ୍ୟାକ୍‌ଅପ୍‌ ୱିକେଟ୍‌ କିପର ଭାବରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଟେଷ୍ଟ ସିରିଜରେ ମହମ୍ମଦ ଶାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟି -୨୦ ସିରିଜରୁ ବିଶ୍ରାମ ନେବା ପରେ ରବିନ୍ଦ୍ର ଜାଡେଜା ଟେଷ୍ଟ ସିରିଜ ପାଇଁ ଟିମ୍‌ ଇଣ୍ଡିଆରେ ଯୋଗଦେବେ ।

hiring

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ: ଅଜିଙ୍କ୍ୟ ରାହାନେ (କ୍ୟାପଟେନ୍‌), କେ.ଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା (ଉପ-କ୍ୟାପଟେନ), ଶୁବମାନ ଗିଲ, ଶ୍ରେୟସ୍‌ ଆୟର, ରିଦ୍ଧିମାନ ସାହା, କେ.ଏସ୍‌ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଆକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ: ବିରାଟ କୋହଲି (କ୍ୟାପଟେନ), କେ.ଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ-କ୍ୟାପଟେନ), ଶୁଭମାନ ଗିଲ, ଶ୍ରେୟସ୍‌ ଆୟର୍‌, ରିଦ୍ଧିମାନ ସାହା, କେ.ଏସ୍‌ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଆକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ।

hiranchal ad1
Leave A Reply

Your email address will not be published.

eleven + fifteen =