ଜୋର ଧରିଲା ଅପରେସନ ନୀଳ ଜହର, ୧୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ

0 244

ବାଲିଗୁଡ଼ା: ଜୋର୍‌ ଧରିଲା କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ନୀଳ ଜହର । କ.ନୂଆଗାଁ ଥାନା ଡଗମାହା ଓ କମାଙ୍ଗି ଅଞ୍ଚଳରେ ନଷ୍ଟ ହେଲା ୧୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍‌ ଗଞ୍ଜେଇ ଗଛ । ଡଗମାହା ଓ କମାଙ୍ଗି ଅଞ୍ଚଳରେ ୧୩୭ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ଶସସ୍ତ୍ର ପୋଲିସ୍‌ ଓ ଅବକାରୀ ବିଭାଗ କର୍ମଚାରୀ ଡଗମାହା ଓ କମାଙ୍ଗି ଅଞ୍ଚଳରେ ଚଢ଼ାଉ କରି ବେଆଇନ୍‌ ଭାବେ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଛନ୍ତି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ଶ୍ରୀନିବାସ ସାମଲ ।

hiranchal ad1
Leave A Reply

Your email address will not be published.

3 × 5 =