ଚର୍ଚ୍ଚାରେ ‘ଦେବଦାସ’

0 607

ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’କୁ ନେଇ ଓଡ଼ିଆ ସିନେଶିଳ୍ପରେ ଚର୍ଚ୍ଚା ଲାଗି ରହିଛି । ଏ ଫିଲ୍ମଟିକୁ ନେଇ ଅଧିକ ଚର୍ଚ୍ଚା ହେବା ପଛର କାରଣ ପ୍ରଥମତଃ ଏହା ଏକ ବ୍ୟୟବହୁଳ ସିନେମା । ଫିଲ୍ମରେ ଉଭୟ ଅପେକ୍ଷାକୃତ ନୂଆମୁହଁ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଏକାଠି କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ । ପୁଣି ଫିଲ୍ମ ନିର୍ମାଣରେ କୌଣସି ପ୍ରକାର ସାଲିସ୍ କରାଯାଇନାହିଁ । ଯେଉଁଠି ଯାହା ଯେମିତି ରହିବା କଥା ତାହା ରଖାଯାଇଛି । ‘ଦେବଦାସ’ ନାଁରେ ପୂର୍ବରୁ ଏକାଧିକ ଭାଷାରେ ଏକାଧିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ।

hiring

ସେହି ସବୁ ଚିତ୍ର ମଧ୍ୟ ଦର୍ଶକଙ୍କୁ ଭଲ ଲାଗିବା ସହିତ ଚର୍ଚ୍ଚା ଲାଭ କରିଛି ଅତୀତରେ । ସେହି ଟାଇଟଲ୍କୁ ନେଇ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ହେଉଥିବାରୁ ଏହାକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ୍ ନୁହେଁ । ଅଗଷ୍ଟ ୯ ତାରିଖରେ ରିଲିଜ୍ ହେବ ‘ନାୟକର ନାଁ ଦେବଦାସ’ । ଏଥିରେ ମୁଖ୍ୟ ନାୟକ ଚରିତ୍ରରେ ଅଛନ୍ତି ଅସିତ ପାତ୍ର । ଅସିତଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଭୂମିକା ଓ ଅନୁ ଚୌଧୁରୀ । ଏମାନଙ୍କୁ ବାଦ୍ ଦେଲେ ବିଜୟ ମହାନ୍ତି, ମିହିର ଦାସ, ବବି ମିଶ୍ର, ଅପରାଜିତା, ଭୂପତି ତ୍ରିପାଠୀ, ସ୍ମିତା ମହାନ୍ତି, ନମ୍ରତା ଦାସ, ପ୍ରିୟଙ୍କାଙ୍କ ଭଳି ବହୁ ବରିଷ୍ଠ ଓ ପ୍ରତିଷ୍ଠିତ କଳାକାର ଅଛନ୍ତି ଫିଲ୍ମରେ । ପ୍ରଯୋଜନାରେ ଅଛନ୍ତି ପ୍ରଭାତ କୁମାର ପ୍ରଧାନ, କୀର୍ତ୍ତନ ପାତ୍ର ଓ ଶିଶିର ଚନ୍ଦ୍ର ଦାସ ।

hiranchal ad1
Leave A Reply

Your email address will not be published.

4 × four =