ମାଙ୍କଡର ଆତଙ୍କ

0 560

ମୁମ୍ବାଇ : ଗତ ଦୁଇ ମାସ ଧରି ମୁମ୍ବାଇର ଏକ ବଡ ଅଂଚଳରେ ଘୋର ଆତଙ୍କରାଜ ଲାଗି ରହିଥିଲା । ତେବେ ଏହା କୌଣସି ନକ୍ସଲ କିମ୍ବା ଆତଙ୍କବାଦୀଙ୍କ ପାଇଁ ନୁହେଁ ବରଂ ଏକ ମାଙ୍କଡ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ନିକଟରେ ଏହାର ଅବସାନ ଘଟିଛି । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ମାଙ୍କଡଟି ଏଭଳି ଆତଙ୍କ ସୃଷ୍ଟି କରିଥିଲା ଯେ, ଲୋକେ ଚଳପ୍ରଚଳ କରିବା ମଧ୍ୟ ଅସମ୍ଭବ ହୋଇପଡିଥିଲା । ୨ ମାସ ଭିତରେ ଏହି ମାଙ୍କଡ ବହୁ ଲୋକଙ୍କୁ କାମୁଡି ଆକ୍ରାନ୍ତ କରିଛି । ଏଥିପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡିଛି । ସେହିପରି ବହୁ ଲୋକଙ୍କର ବାଡି ଫସଲ ମଧ୍ୟ ନଷ୍ଟ ହୋଇଛି । ପ୍ରଥମେ ଏହା ବାଡିରେ ଲଗା ଯାଇଥିବା ବିଭିନ୍ନ ଫଳ ଓ ପନିପରିବା ନଷ୍ଟ କରୁଥିଲା । କିନ୍ତୁ ପରେ ମାଙ୍କଡଟି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । ଯାହା ଫଳରେ ଲୋକେ ଭୟରେ ଦିନବେଳା ମଧ୍ୟ ବାହାରିବା ସମ୍ଭବ ହୋଇପାରିଲା ନାହିଁ । ବହୁ ଉଦ୍ୟମ ପରେ ଗତ ବୁଧବାର ଦିନ ମାଙ୍କଡକୁ କାବୁ କରାଯାଇ ପ୍ରାଣୀ ଉଦ୍ୟାନ ପଠାଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

8 − four =