ଅଭାବନୀୟ ଘଟଣା :
କରେଣ୍ଟ ଲାଗି ଚାଲିଗଲା ୧୦ କାଉଡିଆଙ୍କ ଜୀବନ

0 99

କୂଚ୍‌ବିହାର୍‌: ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ୧୯ଜଣ ଆହତ ହୋଇଥିବା ପୁଲିସ କହିଛି । ଯାତ୍ରୀମାନଙ୍କୁ ନେଇ ଭ୍ୟାନ୍‌?ି ଜଲ୍‌ପେଶ ଅଭିମୁଖେ ଯାଉଥିଲା । ଅଘଟଣ ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ୧୬ଜଣଙ୍କୁ ଜଳପାଇଗୁଡି ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି । ସେମାନଙ୍କୁ ଚାଙ୍ଗ୍‌ଡାବନ୍ଧା ‘ବିପିଏଚ୍‌ସି’କୁ ଅଣାଯାଇଥିଲା । ଉନ୍ନତ ଚିକିତ୍ସା ନିମନ୍ତେ ସେଠାକାର ମେଡିକାଲ୍‌ ଅଫିସର୍‌ ୧୬ଜଣ ବ୍ୟକ୍ତିଙ୍କୁ ଜଳପାଇଗୁଡି ଜିଲ୍ଲା ହସ୍ପିଟାଲ୍‌କୁ ରେଫର୍‌ କରିଥିଲେ । ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ । ଏହାଛଡା, ୧୦ଜଣଙ୍କୁ ମେଡିକାଲ୍‌ ଅଫିସର୍‌ ମୃତ ଘୋଷଣା କରିଛନ୍ତି । ମଠଭଙ୍ଗା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍‌ଡେଣ୍ଟ୍‌ ଅମିତ ବର୍ମା କହିଛନ୍ତି,କାଉଡିଆମାନଙ୍କୁ ନେଇ ଜଲ୍‌ପେଶ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ରେ ବିଜୁଳି ପ୍ରବାହିତ ହେବାରୁ ମେଖଲିଗଞ୍ଜ ଥାନା ଅନ୍ତର୍ଗତ ଧର୍ଲା ସେତୁରେ ଏଭଳି ଅଘଟଣ ଘଟିଛି । ପ୍ରାଥମିକ ତଦନ୍ତ ଅନୁସାରେ,ଗାଡିର ପଛରେ ଲାଗିଥିବା ‘ଡିଜେ ସିଷ୍ଟମ୍‌’ର ତାରରେ ତ୍ରୁଟିବିଚ୍ୟୁତି ଯୋଗୁଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ସମସ୍ତ ଯାତ୍ରୀ ଶୀତଳକୁଚି ଥାନା ଅଞ୍ଚଳର । ଅଭାବନୀୟ ଘଟଣା ସଂକ୍ରାନ୍ତରେ ସେମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି । ପିକ୍‌ଅପ୍‌ ଭ୍ୟାନ୍‌ଟିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର୍‌ ଖସି ପଳାଇଛି ।

hiranchal ad1
Leave A Reply

Your email address will not be published.

nine + fifteen =