ବାଉଁଶୁଣୀଠାରେ ସମ୍ବଲପୁର ଦିନ୍‌ ମହାସମାରୋହରେ ପାଳିତ

0 137

ଜହ୍ନାପଙ୍କ: ବାଉଁଶୁଣୀ ତୁଳସୀ କଲ୍ୟାଣ ମଣ୍ଡପ ପରିସରରେ ଅପରାହ୍ନ ୫ ଘଂଟା ସମୟରେ ପଶ୍ଚିମାଂଚଳ ଏକତା ମଂଚ ଓ ବାଉଁଶୁଣୀ ସାଂସ୍କୃତିକ ପରିଷଦ ତରଫରୁ ସମ୍ବଲପୁରୀ ଦିନ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କଂଟାମାଳ ବିଧାୟକ ମହିଧର ରଣା, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ବ୍ଲକ ଚେୟାରମ୍ୟାନ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କରୁଣାକର ଘଂଟୁଆଳ, ଅଇଁଲାପାଲି ସରପଞ୍ଚ ଅଜିତ ମେହେର, ବାଉଁଶୁଣି ଅଇଣ୍ଠୁ ମହାଲିକ, ସମିତି ସଭ୍ୟ ପ୍ରମୋଦ କୁମାର ଦେହୁରୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସୌରଭ ଖମାରୀ ଯୋଗଦାନ କରି ଦିନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବାଉଁଶୁଣୀ ସାଂସ୍କୃତିକ ପରିଷଦର ସଭାପତି ଡାକ୍ତର ପ୍ରିୟବ୍ରତ ବେହେରା କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ପଶ୍ଚିମାଂଚଳ ଏକତା ମଂଚର ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ ସମ୍ବଲପୁରୀ ଦିନ୍‌ ପାଳନର ଆବଶ୍ୟକତା ସଂପର୍କରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ଶ୍ରୀନିବାସ ମେହେର କରିଥିଲେ । ସଭା ପରେ ସମସ୍ତଙ୍କୁ ଅଂଚଳର ପ୍ରସିଦ୍ଧ ଚାଉଳ ବରାରେ ଆପ୍ୟାୟୀତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ ଓ ଗୀତ ପରିବେଷଣ କରାଯାଇ ଥିଲା । ଆୟୋଜକମାନଙ୍କ ତରଫରୁ ଆଜିର ଦିବସରେ ସମ୍ବଲପୁରୀ କଥାବାର୍ତ୍ତା, ପୋଷାକ ପରିଧାନ, ଆଂଚଳିକ ଖାଦ୍ୟପେୟରେ ସାମିଲ ହେବାପାଇଁ ସଚେତନତା ସୃଷ୍ଟି କରିଥିଲେ । ଦ୍ୱିତୀୟ ଥର ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଥିବାରୁ ସମସ୍ତେ ଉତ୍ସାହିତ ହୋଇଥିଲେ । ଆସନ୍ତା ବର୍ଷମାନଙ୍କରେ ଏହି ଦିବସକୁ ବ୍ୟାପକ କରାଯିବ ବୋଲି ଅତିଥି ଓ ଆୟୋଜକମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଉମାଶଙ୍କର ପାଢୀ, ଚକ୍ରଧର ମେହେର, ପରମେଶ୍ୱର ମେହେର, ମନୋଜ ଗାଈଗୌରୀଆ, ଅକୁର ଗାଈଗୌରୀଆ ପରିଚାଳନା କରିଥିଲେ । ଶେଷରେ ଦଶରଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + sixteen =