ମୈତ୍ରୀ ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦୀ ଓ ଶେଖ ହସିନା

0 27

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ମାସରେ ମିଳିତ ଭାବେ ୧୩୨୦ ମେଗାୱାଟ ବିଶିଷ୍ଟ ମୈତ୍ରୀ ସୁପର ଥର୍ମାଲ ପାୱାର ଷ୍ଟେସନର ଉଦ୍‌ଘାଟନ କରିବେ । ବାଂଲାଦେଶର ବୃହତମ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଏହି କୋଇଲା ଚାଳିତ ପାୱାର ଷ୍ଟେସନ୍‌ ବାଂଲାଦେଶ ଇଣ୍ଡିଆ ଫ୍ରେଣ୍ଡସିପ୍‌ ପାୱାର କମ୍ପାନି ଲିମିଟେଡ୍‌ ଦ୍ୱାରା ଭାରତର ଏନ୍‌ଟିପିସି ଏବଂ ବାଂଲାଦେଶ ଶକ୍ତି ବିକାଶ ବୋର୍ଡର ମିଳିତ ଉଦ୍ୟମରେ ସ୍ଥାପିତ ହୋଇଛି । ଏହି ପ୍ରକଳ୍ପରେ ୧.୫ ବିଲିୟନ ଡଲାର ବିନିଯୋଗ ହୋଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୩ ଦିନିଆ ଭାରତ ଗସ୍ତରେ ଆସିବେ । ଢାକା ଭାରତର ନିକଟତମ ସହଯୋଗୀ ଦେଶ ହୋଇଥିବାରୁ ମୋଦୀ ସରକାର ହସିନାଙ୍କ ଏହି ଗସ୍ତକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ହସିନା ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ କୋଲକାତା-ଚଟ୍‌ଟୋଗ୍ରାମ-ମୋଙ୍ଗଲା ବନ୍ଦର ମଧ୍ୟରେ ଭାରତ-ବାଂଲାଦେଶ ବାଣିଜ୍ୟ କାରବାର ପାଇଁ ପ୍ରକ୍ରିୟା ଚାଲିଛି । ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।

hiranchal ad1
Leave A Reply

Your email address will not be published.

16 − 10 =