ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ

0 36

ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍‌, ୧୮୦୦ ମେଗାହଜ୍‌, ୩୩୦୦ ମେଗାହଜ୍‌ ଓ ୨୬ ଗିଗାହଜ୍‌ ବ୍ୟାଣ୍ଡରେ ସ୍ପେକ୍ରମ ଖରିଦ କରାଯାଇଛି । ଓଡ଼ିଶା ସର୍କଲ ପାଇଁ କମ୍ପାନି ୭୦୦ ମେଗାହଜ୍‌,୧୮୦୦ ମେଗାହଜ୍‌, ୩୩୦୦ ମେଗାହଜ୍‌ ଓ ୨୬ ଗିଗାହଜ୍‌ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ହାସଲ କରିଛି । ଭାରତୀ ଏୟାରଟେଲ ୪୩୦୮୪ କୋଟି ଟଙ୍କା ମୂଲ୍ୟରେ ମୋଟ ୧୯,୮୬୭ ମେଗାହଜର ସ୍ପେକ୍ଟ୍ରମ ଖରିଦ କରିଛି । ଭୋଡାଫୋନ ୧୮୭୯୯ ଓ ଅଦାନୀ ୨୧୨ କୋଟି ଟଙ୍କା ବିନିମୟରେ ୪୦୦ ମେଗାହଜର ସ୍ପେକ୍ଟ୍ରମ କିଣିଛି ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି । ଓଡ଼ିଶା ସର୍କଲ ପାଇଁ ଏୟାରଟେଲ ୭୦୦ ମେଗାହଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ପାଇପାରିନାହିଁ । ଏହି ସର୍କଲ ନିମନ୍ତେ କମ୍ପାନି ୩୩୦୦ ମେଗାହଜ୍‌ ଓ ୨୬ ଗିଗାହଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ପାଇଛି । ୫-ଜି ସ୍ପେକ୍ଟ୍ରମ ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ ।

hiranchal ad1
Leave A Reply

Your email address will not be published.

eight + 17 =