ସର୍ଟକଟ ରାଜନୀତି ଦେଶ ପାଇଁ କ୍ଷତିକାରକ: ମୋଦି

0 80

ନାଗପୁର: ସର୍ଟକଟ ରାଜନୀତି ନୁହେଁ,ଦେଶ ପାଇଁ ଆବଶ୍ୟକ ସ୍ଥାୟୀ ବିକାଶ ଓ ସମାଧାନ । ସର୍ଟକଟ ରାଜନୀତି ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । କୌଣସି ରାଜନୈତିକ ଦଳ ନିରନ୍ତର ବିକାଶ କରି ଜନତାଙ୍କ ହୃଦୟ ଜିତିପାରିବ । ସେଇ ଦଳ ମଧ୍ୟ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇପାରିବ । ଏହାର ସଦ୍ୟତମ ଉଦାହରଣ ଗୁଜରାଟ ନିର୍ବାଚନର ଫଳାଫଳ । ଆଜି ନାଗପୁରରେ ୭୫,୦୦୦କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଦେଶର କିଛି ରାଜନୈତିକ ଦଳ ଦେଶର ଅର୍ଥନୀତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଟିକସଦାତାଙ୍କ ଅର୍ଥରେ ଦୁର୍ନୀତି ଏବଂ ଭୋଟ୍‌ ବ୍ୟାଙ୍କ ରାଜନୀତିରେ ନଷ୍ଟ ହେଉଥିଲା । ଆଜି ନାଗପୁରରେ ୭୫,୦୦୦କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ମୋଦି । ଆଜି ପ୍ରଧାନମନ୍ତ୍ରୀ ନାଗପୁରରେ ପହଞ୍ଚି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି । ନାଗପୁରରୁ ବିଳାସପୁର ପର୍ଯ୍ୟନ୍ତ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠୁ ନାଗପୁରରେ ମଧ୍ୟ ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ । ଏଥି ସହିତ ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ନାଗପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ସମୁଦାୟ ୭୦୧ କିଲୋମିଟର ଏକ୍ସପ୍ରେସୱେର ୫୨୦ କିଲୋମିଟରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଯାହାକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ୫୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏକ୍ସପ୍ରେସୱେ ମହାରାଷ୍ଟ୍ରର ୧୦ଟି ଜିଲ୍ଲାକୁ ସଂଯୋଗ କରୁଛି । ଅମରାବତୀ,ଔରଙ୍ଗାବାଦ ଏବଂ ନାଶିକର ପ୍ରମୁଖ ସହରାଞ୍ଚଳ ଦେଇ ଯିବ । ଏହି ଏକ୍ସପ୍ରେସୱେ ନିକଟସ୍ଥ ଅନ୍ୟ ୧୪ଟି ଜିଲ୍ଲାକୁ ମଧ୍ୟ ସଂଯୋଗ ପାଇଁ ମାଧ୍ୟମ ହେବ । ଫଳରେ ବିଦର୍ଭ, ମରାଠୱାଡା ଏବଂ ଉତ୍ତର ମହାରାଷ୍ଟ୍ର ସମେତ ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲାର ବିକାଶରେ ସହାୟକ ହେବ । ଲୋକମାନେ ଯାତାୟାତରେ ଆଉ ଅସୁବିଧା ସମ୍ମୁଖିନ ହେବେ ନାହିଁ ।

hiranchal ad1
Leave A Reply

Your email address will not be published.

nineteen + 16 =