ଆତଙ୍କ ସୃଷ୍ଟି କଲାଣି ଲମ୍ପି ଚର୍ମ ରୋଗ

0 50

ନୂଆଦିଲ୍ଲୀ: ଦେଶରେ ବ୍ୟାପି ଚାଲିଛି ଲମ୍ପି ଚର୍ମ ରୋଗ । ଗୃହପାଳିତ ପଶୁପକ୍ଷୀ,ବିଶେଷ କରି ଗୋରୁଗାଈ ଏହି ରୋଗରେ ସଂକ୍ରମିତ ହେଉଛନ୍ତି । ଫଳରେ ଗାଇଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଚଳିତବର୍ଷ ଭାରତରେ ଲମ୍ପି ଚର୍ମରୋଗରେ ଦେଢ଼ଲକ୍ଷରୁ ଅଧିକ ଗୋରୁଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । କେବଳ ରାଜସ୍ଥାନରେ ୭୫,୮୧୯ ଗୋରୁଙ୍କ ଜୀବନ ଏହି ରୋଗରେ ଯାଇଥିବା ରାଜ୍ୟସଭାରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଲମ୍ପି ଚର୍ମରୋଗରେ ମହାରାଷ୍ଟ୍ରରେ ୨୪,୪୩୦, ପଞ୍ଜାବରେ ୧୭,୯୩୨, କର୍ଣ୍ଣାଟକରେ ୧୨,୨୪୪, ହିମାଚଳ ପ୍ରଦେଶରେ ୧୦,୬୮୧ ଓ ଗୁଜରାଟରେ ୬,୧୯୩ଟି ଗୋରୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ଏହି ରୋଗ ନିୟନ୍ତ୍ରଣରେ ରହିଛି ଏବଂ ଗୋରୁଙ୍କ ଟିକାକରଣ ଚାଲିଥିବା ସରକାରଙ୍କ ତରଫରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଗୋରୁଙ୍କୁ ଟିକା ଦିଆଯାଇଥିବା ନେଇ ସରକାରଙ୍କ ତରଫରୁ କୁହାଯାଇଛି । କେନ୍ଦ୍ର ପଶୁପାଳନ ବିଭାଗ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ,ଦେଶରେ ୨୯.୪୫ ଲକ୍ଷରୁ ଅଧିକ ଗୋରୁ ଏହି ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫.୫ ଲକ୍ଷରୁ ଅଧିକ ଗୋରୁ ସୁସ୍ଥ ହୋଇଥିଲେ । ଅନ୍ୟପକ୍ଷରେ ଏହି ରୋଗ ଗୋରୁଙ୍କ ଠାରୁ ମଣିଷକୁ ବ୍ୟାପିବାର କୌଣସି ସୂଚନା ନଥିବା ସରକାରଙ୍କ ତରଫରୁ ଦର୍ଶାଯାଇଛି । ମୁଖ୍ୟତଃ ଗାଈ ଏହି ରୋଗରେ ପୀଡ଼ିତ ହେଉଥିବା ବେଳେ ବଦଳ, ଓଟ, ହରିଣ ଓ ଘୋଡ଼ାଙ୍କ ଠାରେ ଏହି ରୋଗ ଅଳ୍ପ ପ୍ରଭାବ ପକାଇବାର ସମ୍ଭାବନା ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ରୋଗର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ରିପୋର୍ଟର ଉଲ୍ଲେଖ କରାଯାଇଛି ।

hiranchal ad1
Leave A Reply

Your email address will not be published.

twelve + 6 =