ସୁପ୍ରିମକୋର୍ଟର ବିଚାରପତି ହେଲେ ଜଷ୍ଟିସ ଦୀପଙ୍କର ଦତ୍ତ

0 69

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ । ଆଇନମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ବାବଦରେ ଘୋଷଣା କରିଛନ୍ତି । ରିଜିଜୁ କହିଛନ୍ତି, ‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ୧୯୬୫ ମସିହାରେ ଜନ୍ମ ହୋଇଥିବା ଦୀପଙ୍କରଙ୍କ କାର୍ଯ୍ୟକାଳ ୮ ଫେବୃୟାରୀ,୨୦୩୦ ପର୍ଯ୍ୟନ୍ତ ରହିବ । ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ତାଙ୍କ ନାମ ସୁପାରିଶ କରାଯାଇଥିଲା । ସେ ଜୁନ୍‌ ୨୨, ୨୦୦୬ରେ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ । ଭାରତର ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ମୋଟ ୩୪ ଜଣ ବିଚାରପତି ରହିପାରିବେ । ସୁପ୍ରିମକୋର୍ଟରେ ଅବସର ବୟସ ୬୫ ବର୍ଷ ।

hiranchal ad1
Leave A Reply

Your email address will not be published.

six − two =