ଜାଣନ୍ତୁ, ଏଲନ ମସ୍କ ଟୁଇଟରକୁ କିଣିଥିବା ଟଙ୍କାରେ କ’ଣସବୁ ନିର୍ମାଣ କରାଯାଇପାରିବ

0 64

ନୂଆଦିିଲ୍ଲୀ,୨୭/୪ : ଟୁଇଟରକୁ କିଣିବା ପରେ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି ବିଶ୍ୱ ନମ୍ବରୱାନ ଧନୀ ଏଲନ ମସ୍କ । ସବୁ ମହଲରେ ତାଙ୍କୁ ନେଇ ନାନା ରୋଚକ ଚର୍ଚ୍ଚା । ଟୁଇଟରକୁ ସେ ଯେତିକି ଟଙ୍କାରେ କିଣିଛନ୍ତି,ସେହି ଟଙ୍କାରେ କ’ଣ କ’ଣ ହୋଇପାରିବ,ତାହାକୁ ନେଇ ଏକ ମଜାଦାର ଓ ଆଖି ଖୋସି ହୋଇଗଲା ଭଳି ହିସାବଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି । ଏହି ଆକଳନ ଅନୁଯାୟୀ,ସେହି ଟଙ୍କାରେ ଭାରତରେ ପ୍ରାୟ ୧୫୦ଟି ଏମସ୍‌ ହସ୍ପିଟାଲ ନିର୍ମାଣ ହୋଇପାରିବ । ପ୍ରାୟ ୮୦ କୋଟି ଭାରତୀୟ ଦୀର୍ଘ ୨ ବର୍ଷ ପାଇଁ ମାଗଣାରେ ରାସନ୍‌ ପାଇପାରିବେ । ଆଉ ଶିକ୍ଷା କ୍ଷେତ୍ରରେ ସରକାର ୩ ଗୁଣା ଅଧିକ ଖର୍ଚ୍ଚ କରିପାରିବେ । ଯଦି ବିଶ୍ୱ ବ୍ୟାଙ୍କର ମଡେଲ ଲାଗୁ କରାଯାଏ, ତେବେ ୪୪ ଆରବ ଡଲାରରେ ପ୍ରାୟ ୧.୩୨ କୋଟି ଲୋକ ଚାକିରି ପାଇପାରିବେ । ଭାରତରେ ଗୋଟିଏ ଏମସ୍‌ ହସ୍ପିଟାଲ ନିର୍ମାଣ କରିବାକୁ ଗୋଟିଏ ସରକାରକୁ ପାଖପାଖି ୨ ହାଜର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କାଶ୍ମୀରରେ ନିର୍ମାଣ ହେଉଥିବା ଏମସ୍‌ ହସ୍ପିଟାଲ ପାଇଁ ସରକାର ପ୍ରାୟ ୧୮୨୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହି ଅନୁସାରେ ଏଲନ୍‌ ମସ୍କ ଯେତିକି ଟଙ୍କାରେ ଟୁଇଟର କିଣିଛନ୍ତି ସେହି ଟଙ୍କାରେ ଭାରତରେ ପ୍ରାୟ ୧୫୦ରୁ ଅଧିକ ଏମସ୍‌ ହସ୍ପିଟାଲ ନିର୍ମାଣ ହୋଇପାରିବ । ଭାରତରେ ସରକାର ଏବେ ଶିକ୍ଷା କ୍ଷେତ୍ରରେ ନିଜ ଜିଡିପିର ୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି । ଯାହାକି ଅତି କମରେ ୬ ପ୍ରତିଶତ ହେବା କଥା । କେନ୍ଦ୍ର ସରକାର କରିଥିବା ବଜେଟରେ ଏଥର ଶିକ୍ଷା କ୍ଷେତ୍ରକୁ ୧.୦୪ ଲକ୍ଷ କୋଟି ଦେଇଥିଲେ । ତେଣୁ ମସ୍କଙ୍କ ଟୁଇଟର ଡିଲ୍‌ ଟଙ୍କାରେ ଭାରତ ସରକାର ଶିକ୍ଷା କ୍ଷେତ୍ରରେ ୬ ପ୍ରତିଶତ ନୁହେଁ ବରଂ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିବେ । ଅହମ୍ମଦାବାଦରେ ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମ ୬୩ ଏକରରେ ନିର୍ମିତ । ଏହି ଷ୍ଟାଡିୟମକୁ ୨୦୨୧ ମସିହା ଫେବ୍ରୁଆରୀ ମାସରେ ଉଦଘାଟନ କରାଯାଇଥିଲା । ତେବେ ଏହି ଷ୍ଟାଡିୟମର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା ୮ ଶହ କୋଟି ଟଙ୍କା । ଆଉ ଏଲନ୍‌ ମସ୍କ ଯେତିକି ଟଙ୍କାରେ ଟୁଇଟରକୁ କିଣିଛନ୍ତି, ସେତିକି ଟଙ୍କାରେ ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମ ଭଳି ପ୍ରାୟ ୩୫୦ଟି ବିଶାଳ ଷ୍ଟାଡିୟମ ନିର୍ମାଣ ହୋଇପାରିବ ।

hiranchal ad1
Leave A Reply

Your email address will not be published.

fifteen + 5 =