ବିଦ୍ୟୁତ୍‌ ସଂସ୍ପର୍ଶରେ ଜଳିଗଲେ ୧୧ ଭକ୍ତ

0 107

ଚେନ୍ନାଇ,୨୭/୪ : ତାମିଲନାଡ଼ୁରେ ଏକ ରଥଯାତ୍ରା ବେଳେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି । ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୧ ଜଣ ଭକ୍ତ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଞ୍ଜାଭୁରରେ ଏହି ଅଘଟଣ ଘଟିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ଅଛନ୍ତିି । କାଳିମେଡୁ ନିକଟସ୍ଥ ଅପ୍ପର ମନ୍ଦିରର ରଥଯାତ୍ରା ବାହାରି ଥିବା ବେଳେ ଉକ୍ତ ଅଘଟଣ ଘଟିଛି । ମଙ୍ଗଳବାର ରାତିରେ ଅପ୍ପର ଗୁରୁପୂଜାଇ (ପ୍ରଭୁ ଆୟାପ୍ପାଙ୍କ ଉତ୍ସବ) ପାଳନ କରାଯାଉଥିଲା । ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ । ଆଜି ପ୍ରତ୍ୟୁଷରେ ଶୋଭାଯାତ୍ରାରେ ଟଣାଯାଉଥିବା ରଥଟି ରାସ୍ତାର ମୋଡରେ ବୁଲୁଥିବା ବେଳେ ବାଧା ପାଇଥିଲା । ତେଣୁ, ରଥଟିକୁ ଠିକ୍‌ ଭାବେ ବୁଲାଇବା ପାଇଁ ରଥକୁ ପଛୁଆ ଟାଣିବାରୁ ଉପରେ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ରଥ ଉପରେ ଠିଆ ହୋଇଥିବା ଲୋକମାନେ ବିଜୁଳି ଆଘାତ ପାଇ ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏହାଛଡା, ବିଜୁଳି ଆଘାତ ପାଇ ଆହତ ହୋଇଥିବା ଆଉ ୩ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ତଞ୍ଜାବୂର ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି । ରଥ ଟଣାଯାଉଥିବା ରାସ୍ତାରେ ଥିବା ଖାଲଖମାରେ ପାଣି ଭରିଥିବାରୁ ବିଜୁଳି ଆଘାତରେ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଭୟ ଥିଲା । କିନ୍ତୁ, ବିଜୁଳି ତାର ସଂସ୍ପର୍ଶରେ ଆସିବା କ୍ଷଣି ୫୦ରୁ ଅଧିକ ଲୋକ ରଥ ଉପରୁ ତଳକୁ ଡେଇଁ ପଡିଥିଲେ ।

hiranchal ad1
Leave A Reply

Your email address will not be published.

fifteen + 13 =