ଜର୍ମାନୀର ବଡ଼ ମନ୍ତବ୍ୟ : ଭାରତର ସାହାଯ୍ୟ ବିନା କୌଣସି ସମସ୍ୟାର ସମାଧାନ ଅସମ୍ଭବ

0 51

ନୂଆଦିଲ୍ଲୀ,୨୭/୪ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ମଧ୍ୟରେ ବାଦବିବାଦ ଲାଗି ରହିଥିବା ବେଳେ ଜର୍ମାନୀ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି । ଭାରତର ବିନା ସାହାଯ୍ୟ ସହଯାଗରେ କୌଣସି ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ଆଦୌ ସମ୍ଭବ ନୁହେଁ । ଜର୍ମାନ ଫେଡେରାଲ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଡ. ଟୋବିଆସ୍‌ ଲିଣ୍ଡନର୍‌ ଏହା କହିଛନ୍ତି । ସେ କହିଛନ୍ତି ଯେ ଭାରତ ଓ ଜର୍ମାନୀ ସଂପର୍କ ବହୁ ପୁରୁଣା । ଏହି ସମ୍ପର୍କ ଦୁଇ ଦେଶ ଭିତରେ ଜ୍ଞାନକୌଶଳ, ଶିକ୍ଷା, ସୁରକ୍ଷା ଓ ପାଣିପାଗ ପରିବର୍ତ୍ତନ ବିଷୟରେ ସହଯୋଗ ବୃଦ୍ଧି କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତର କିଛି ଦିନ ପୂର୍ବରୁ ଜର୍ମାନ ନେତା ଏଭଳଇ ମନ୍ତବ୍ୟ ଦେବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଆସନ୍ତା ୨ରୁ ୪ ତାରିଖ ଭିତରେ ମୋଦି ଜର୍ମନୀ,ଡେନମାର୍କ ଓ ଫ୍ରାନ୍ସ ଗସ୍ତରେ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

nineteen − 8 =