ଗୁଜରାଟ ଦଙ୍ଗା ମାମଲାରେ ମୋଦିଙ୍କୁ କ୍ଲିନଚିଟ୍‌

0 53

ନୂଆଦିଲ୍ଲୀ,୨୪/୬: ୨୦୦୨ରେ ସାରା ଦେଶରେ ହଇଚଇ ଓ ବ୍ୟାପକ ହିଂସା ସୃଷ୍ଟି କରିଥିବା ଗୁଜରାଟ ଦଙ୍ଗା ମାମଲାେ;ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଏହି ମାମଲାରେ ତାଙ୍କୁ ପୁଣି ମିଳିଛି କ୍ଲିନ ଚିଟ୍‌ । ଅର୍ଥାତ ପୂର୍ବରୁ ତାଙ୍କୁ ମିଳିଥିବା କ୍ଲିନ ଚିଟ କାଏମ ରହିଛି । କ୍ଲିନଚିଟ୍‌ ବିରୋଧରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଦଙ୍ଗା ଘଟଣାର ତଦନ୍ତ କରୁଥିବା ଏସଆଇଟି ପ୍ରଥମେ ମୋଦିଙ୍କ ସମେତ ମୋଟ ୬୩ ଜଣଙ୍କୁ କ୍ଲିନଚିଟ୍‌ ଦେଇଥିଲା । ଏହାକୁ ତଳ କୋର୍ଟ ଓ ହାଇକୋର୍ଟ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରୀଙ୍କ ପତ୍ନୀ ଜାକାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ମାମଲା ଯୋଗ୍ୟ ନୁହେଁ ବୋଲି କହି ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ୨୦୦୨ ମସିହା ଫେବୃଆରୀ ୨୮ରେ ଅହମଦାବାଦର ଗୁଲବର୍ଗ ସୋସାଇଟିରେ ସୃଷ୍ଟି ହୋଇଥିବା ହିଂସାରେ ଏହସାନ ଜାଫ୍ରୀଙ୍କ ଜୀବନ ଯାଇଥିଲା । ଏସଆଇଟି ଘଟଣାର ତଦନ୍ତ କରିଥିଲେ ମଧ୍ୟ ୨୦୦୨ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଓ ଅନ୍ୟ ୬୩ ଜଣଙ୍କୁ କ୍ଲିନଚିଟ ଦେଇଥିଲା । ଏସଆଇଟିର ଏହି କ୍ଲିନଚିଟ ବିରୋଧରେ ଜାକାଇ ଗୁଜରାଟର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ସୁପ୍ରିମକୋର୍ଟ ମଧ୍ୟ ଗତବର୍ଷ ଡିସେମ୍ବରରେ ଆବେଦନକୁ ଗ୍ରହଣ କରି ରାୟ ସଂରକ୍ଷିତ ରଖିଥିଲେ । ଏସଆଇଟି ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୁପ୍ରିମକୋର୍ଟ ବେଞ୍ଚକୁ କହିଥିଲେ ଯେ “ସର୍ବୋଚ୍ଚ ଅଦାଲତ ଯେମିତି ହେଲେ ବି ଜାଫ୍ରୀଙ୍କ ଆବେଦନକୁ ନେଇ ଟ୍ରାଏଲ କୋର୍ଟ ଓ ଗୁଜରାଟ ହାଇକୋର୍ଟ ଦେଇଥିବା ରାୟରେ ଏକମତ ହେବା ଦରକାର । ନଚେତ ଆବେଦନକାରୀ ନଂ୨ରେ ଥିବା ତେସ୍ତା ସେତଲବାଦ ରଖିଥିବା ଆଭିମୁଖ୍ୟ ଯୋଗୁ ଏହା ଏକ ଅନ୍ତହୀନ ନ୍ୟାୟିକ ପ୍ରକ୍ରିୟାରେ ପରିଣତ ହୋଇଯିବ ।” ଜାକାଇ ଜାଫ୍ରୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କପିଲ ଶିବଲ କହିଥିଲେ ଯେ “ଏସଆଇଟି ଆଦୌ ଘଟଣାର ତଦନ୍ତ କରିନାହିଁ । କେବଳ ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏସଆଇଟି ଉଦ୍ୟମ କରିଥିଲା । ଏଥିପାଇଁ ଏସଆଇଟିର ଅଧିକାରୀ ଓ ପୁଲିସ୍‌ କର୍ମଚାରୀମାନଙ୍କୁ ଏଥିପାଇଁ ବେଶ ଭଲ ଭାବେ ପୁରସ୍କୃତ ମଧ୍ୟ କରାଯାଇଛି । ତେଣୁ ଘଟଣାର ପୁଣି ତଦନ୍ତ କରାଯିବା ଦରକାର ।” କିନ୍ତୁ ସୁପ୍ରିମକୋର୍ଟ ମାମଲା ତଦନ୍ତ ପାଇଁ ଯୋଗ୍ୟ ନୁହେଁ ବୋଲି ମତ ଦେଇ ଆବେଦନକୁ ଖାରଜ କରି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + 10 =