ଜାଣନ୍ତୁ,ଦୋଷ ମାନି କ’ଣ କହିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

0 72

କଲମ୍ବୋ,୨୦/୪ : ଦେଶରେ ଆଜି ଯେଉଁ ଭୟଙ୍କର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଖାଦେଇଛି,ସେଥିପାଇଁ କେବଳ ସରକାର ହିଁ ଦାୟୀ । ସରକାରଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଭୁଲ ନୀତି ଯୋଗୁ ଦେଶ ଦେବାଳିଆ ସ୍ଥିତିକୁ ଚାଲିଯାଇଛି । ଏହି ଭୁଲକୁ ଆମେ ମୁଣ୍ଡପାତି ସ୍ୱୀକାର କରୁଛୁ । ପ୍ରଥମ ଥର ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ସାର୍ବଜୀନଭାବେ ଭୁଲ ସ୍ୱୀକାର କରି ଏହା କହିଛନ୍ତି । ଆଜି ସେ କହିଛନ୍ତି ଯେ ଆଗରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ନେଇଥିଲେ ଏହି ପରିସ୍ଥିତି ଉପୁଜି ନ ଥାନ୍ତା ।ଚିନ୍ତୁ ଆମେ ତାହା କଲୁ ନାହିଁ । ଭୁଲ ନୀତି ଯୋଗୁ ଦେଶ ଆଜି ଋଣ ବୋଝରେ ଭାରାକ୍ରାନ୍ତ । ଏଥିପାଇଁ ଲୋକମାନଙ୍କୁ ଯେଉଁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା,ସେଥିପାଇଁ ଆମେ ଦାୟୀ ବୋଲି ସେ କହିଛନ୍ତି ।ସେପଟେ ନୂଆ ସରକାରରେ ନୂଆ ୧୭ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ସେପଟେ ଶ୍ରୀଲଙ୍କାର ସରକାର ବିରୋଧୀ ଆନ୍‌ଦୋଳନକାରୀଙ୍କ ଉପରେ ପୁଲିସ ଗୁଳିଚାଳନା କରିଛି । ଆନ୍‌ଦୋଳନକାରୀଙ୍କ ଉପରେ ଏହା ହେଉଛି ପୁଲିସର ପ୍ରଥମ ଥର ପାଇଁ ଫାୟାରିଂ । ଏ ଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ, କଲମ୍ବୋରେ ହୋଇଥିବା ବିକ୍‌ଷୋଭ ହିଂସାତ୍ମକ ରୂପ ନେବା ପରେ ବାଧ୍ୟ ହୋଇ ଗୁଳି ଚାଳନା କରାଯାଇଥିଲା । କଲମ୍ବୋଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ରାମବୁକାନାରେ ରାଜପଥ ଅବରୋଧ କରିଥିଲେ ଆନ୍‌ଦୋଳନକାରୀ । ହଜାର ହଜାର ଲୋକେ ଟାୟାର ଜାଳି ରାଜଧାନୀକୁ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ରଖିଥିଲେ । ଘୋର ଆର୍ଥିକ ସଂକଟ ଓ ତେଲର ଅଭାବ ପରେ ଶ୍ରୀଲଙ୍କାରେ ତାତିଛନ୍ତି ଲୋକେ । ଆର୍ଥିକ ସଂକଟ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ସେଠାରେ ଚାଲିଛି । ଆନ୍‌ଦୋଳନ ଓ ଡଲାରର ଅଭାବ ଯୋଗୁଁ ଦେଶରେ ଖାଦ୍ୟ, ଔଷଧ, ତେଲର ଅଭାବ ଦେଖା ଦେଇଛି । ୧୯୪୮ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଦେଖା ଦେଇଛି ଏତେ ବଡ଼ ସଂକଟ । ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡକୁ ୪ ବିଲିୟନ ଡଲାରର ସାହାଯ୍ୟ ମାଗିଛି କଲମ୍ବୋ ।

hiranchal ad1
Leave A Reply

Your email address will not be published.

four + nineteen =