ଆରପାରିରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଟି.ରାମାରାଓ

0 54

ମୁମ୍ବାଇ,୨୦/୪: ବଲିଉଡ ଜଗତର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଟି ରାମାରାଓଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅଭିନେତା ଅନୁପମ ଖେର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିବା ବେଳେ ବୟସାଧିକ୍ୟ ବ୍ୟାଧି କାରଣରୁ ସେ ଚିକିତ୍ସିତ ହେଉଥିଲେ । ଆଜି ବି ତାଙ୍କର ଶେଷକୃତ୍ୟ ଚେନ୍ନାଇରେ ହୋଇଛି । ରାମାରାଓ ୧୯୯୬ ରୁ ୨୦୦୦ ମସିହା ମଧ୍ୟରେ ଅନେକ ହିନ୍ଦୀ ଓ ତେଲୁଗୁ ସିନେମାରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେ ୧୯୫୦ ମସିହାରେ ଜଣେ ସହ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ । ୧୯୭୭ ମସିହାରେ ଜୟପ୍ରଦାଙ୍କ ସହ ତାଙ୍କ ଅଭିନୀତ ସିନେମା “ୟମଗୋଲା” ହିନ୍ଦି ସିନେମା ଜଗତର ଏକ ମାଇଲଖୁଣ୍ଟ । ରାମାରାଓ ୧୯୭୯ ମସିହାରେ ରଜନୀକାନ୍ତଙ୍କ ଅନ୍ଧା କାନୁନ ସିନେମା ମାଧ୍ୟମରେ ବଲିଉଡରେ ପ୍ର୍ରବେଶ କରିଥିଲେ । ସେ ବଲିଉଡର ବିଗ୍‌ ବି କୁହାଯାଉଥିବା ଅମିତାଭ ବଚ୍ଚନଙ୍କ ସମେତ, ଜିତେନ୍ଦ୍ର, ଧର୍ମେନ୍ଦ୍ର, ସଞ୍ଜୟ ଦତ୍ତ, ଅନିଲ କପୁର, ମିଥୁନ ଚକ୍ରବର୍ତ୍ତି ଓ ଅନୁପମ ଖେରଙ୍କ ଭଳି ପ୍ରଖ୍ୟାତ ଅଭିନେତାଙ୍କ ସହ କାମ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × two =