କରୋନାର ଦ୍ୱିତୀୟ ଲହରୀରେ, ଯେଉଁଠାରେ ଲୋକମାନେ ଶଯ୍ୟା, ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ପାଇପାରୁ ନାହାଁନ୍ତି, ଜଣେ ୮୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଜୀବନ ଯିବା ଏମିତି କାମ କରିଛନ୍ତି ଯାହା ଉଦାହରଣ ସୃଷ୍ଟି କରିବା ସହ ତାଙ୍କୁ ସବୁଦିନ ପାଇଁ ଲୋକମାନେ ମନେ ରଖିବେ । ମହାରାଷ୍ଟ୍ରର ନାଗପୁରର ନାରାୟଣ ରାଓ ଦାଭାଡକର (୮୫) ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଜଣେ ମହିଳା ୪୦ ବର୍ଷର ସ୍ୱାମୀଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ, କିନ୍ତୁ ଶଯ୍ୟା ଖାଲି ନ ଥିବାରୁ ଡାକ୍ତରଖାନା ପକ୍ଷରୁ ଭର୍ତ୍ତି କରିବାକୁ ମନା କରାଯାଇଥିଲା । ମହିଳା ଜଣଙ୍କ ଡାକ୍ତରଙ୍କ ଆଗରେ ନିବେଦନ କରିବା ଆରମ୍ଭ କରିଥିଲେ ।
ଏହା ଦେଖି ନାରାୟଣ ଡାକ୍ତରଖାନା ପ୍ରଶାସନକୁ ମହିଳାଙ୍କ ସ୍ୱାମୀଙ୍କୁ ତାଙ୍କ ଶଯ୍ୟା ଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ, ‘ମୁଁ ମୋ ଜୀବନ ବଞ୍ଚିଛି । ମୋର ବର୍ତ୍ତମାନ ୮୫ ବର୍ଷ ଏହି ମହିଳାଙ୍କ ସ୍ୱାମୀ ଯୁବକ । ଏବେ ପରିବାର ପାଇଁ ତାଙ୍କ ବଞ୍ଚିରହିବା ନିହାତି ଆବଶ୍ୟକ । ତେଣୁ ତାଙ୍କୁ ମୋର ବିଛଣା ଦିଆଯିବା ଉଚିତ୍ । ‘
ନାରାୟଣଙ୍କ ଅନୁରୋଧକୁ ରକ୍ଷା କରି ହସ୍ପିଟାଲ ପ୍ରଶାସନ ତାଙ୍କୁ ଏକ କାଗଜରେ ଲେଖାଇଥିଲେ- ‘ମୁଁ ସ୍ୱେଚ୍ଛାକୃତ ଭାବେ ଅନ୍ୟ ଜଣେ ରୋଗୀଙ୍କ ପାଇଁ ମୋର ବିଛଣା ଖାଲି କରୁଛି’ ।
କିଛି ଦିନ ପୂର୍ବରୁ ନାରାୟଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କର ଅମ୍ଳଜାନ ସ୍ତର ୬୦ କୁ ଖସି ଆସିଥିଲା । ତାଙ୍କ ଜ୍ୱାଇଁ ଏବଂ ଝିଅ ତାଙ୍କୁ ଇନ୍ଦିରା ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ବହୁତ ପରିଶ୍ରମ ପରେ ଏକ ଶଯ୍ୟା ପାଇଥିଲେ । କିନ୍ତୁ ଜଣେ ଯୁବକଙ୍କୁ ବିଛଣା ଛଡି ଡାକ୍ତରଖାନାରୁ ଘରକୁ ଫେରିଥିଲେ ।
ତାଙ୍କ ପରିବାର ଶିବାନୀ ଦାନି-ୱାକରେ କହିଛନ୍ତି ଯେ ନାରାୟଣ ପିଲାମାନଙ୍କ ମଧ୍ୟରେ ଚକୋଲେଟ୍ ବଣ୍ଟନ କରୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ଚକୋଲେଟ୍ ଚାଚା ବୋଲି ଡାକୁଥିଲେ । ଚକୋଲେଟ୍ ପରି ତାଙ୍କ ଜୀବନ ମଧ୍ୟ ମିଠା ଭଳି । ତେଣୁ ସେ ଶେଷ ସମୟରେ ମଧ୍ୟ ନିଜ ଜୀବନକୁ ଉତ୍ସର୍ଗ କରି ଅନ୍ୟକୁ ସାହାଯ୍ୟ କରିପାରିଥିଲେ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.