ଦେଶରେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ପାର, ଦିନକରେ ରେକର୍ଡ ୩.୬୨ ଲକ୍ଷ ପଜିଟିଭ ଚିହ୍ନଟ

0 279

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଙ୍ଗଳବାର ଦିନ ୨ ଲକ୍ଷ ଅତିକ୍ରମ କରିଛି । ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି, ଯେଉଁଠାରେ ଏହି ମହାମାରୀ ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୨ ଲକ୍ଷ ୧ ହଜାର ୧୬୫ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ମୃତ୍ୟୁ ସଂଖ୍ୟା ୫.୮୭ ଲକ୍ଷ, ବ୍ରାଜିଲରେ ୩.୯୫ ଲକ୍ଷ ଏବଂ ମେକ୍ସିକୋରେ ୨.୧୫ ଲକ୍ଷ ରେକର୍ଡ କରିଛି ।

hiring

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ନୂତନ କରୋନା ମାମଲା, ମୃତ୍ୟୁ ଏବଂ ସ୍‌ୁସ୍ଥ ମଧ୍ୟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩ ଲକ୍ଷ ୬୨ ହଜାର ୭୫୭ ନୂତନ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩,୨୮୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଆଉ ଏକ ଖୁସିର ଖବର ଯେ, ଏହି ସମୟ ମଧ୍ୟରେ ୨ ଲକ୍ଷ ୬୨ ହଜାର ୩୯ ଜଣ ଲୋକ ମଧ୍ୟ ଆରୋଗ୍ୟ ହୋଇଥିଲେ । ସୁସ୍ଥ ସଂଖ୍ୟା ମଧ୍ୟ ଏହି ସମୟରେ ସର୍ବାଧିକ ।

hiranchal ad1
Leave A Reply

Your email address will not be published.

5 + 14 =