ରାତ୍ରୀକାଳୀନ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 805

ବୌଦ୍ଧ,୨୮/୪- ବୌଦ୍ଧବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳପଡ଼ିଆଠାରେ କୋଭିଡ୍‌ ନୀତିନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ ମ୍ୟାଚ କାସଲପୁର୍‌ ଓ ଗଜରାଜପୁର୍‌ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ କାସଲପୁର ଟିମ ୫୫ ରନର ଟାର୍ଗେଟ ଦେଇଥିଲେ । ୫୫ ରନର ବିଜୟ ଲକ୍ଷ୍ୟକୁ ପିଛାକରି ଗଜରାଜପୁର୍‌ ଟିମ୍‌ ୫୬ ରନ କରି ବିଜୟୀ ହୋଇଥିଲେ । ଏହି ଖେଳକୁ ଉମାଶଙ୍କର ପାଢ଼ୀ ଓ ଅଶୋକ ମେହେର ପରିଚାଳନା କରିଥିଲେ । ଉଦଘାଟନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ସୁଜିତ୍‌ କୁମାର ମେହେର ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ । ସଫଳ ଭାବେ ମ୍ୟାଚ୍‌ ଆୟୋଜନରେ ସହଯୋଗ କରିଥିଲେ ବୁଦ୍ଧ ମେହେର, ରାଜୁ ମେହେର, ସରୋଜ ମେହେର, ଅସିତ୍‌ ମେହେର, ରୋସନ୍‌ ମେହେର, ପ୍ରଶାନ୍ତ ପଣ୍ଡା, ସୁନିଲ ସାହୁ, ଚିନୁ ମେହେର ଓ ଅନ୍ୟାନ୍ୟ ସଦସ୍ୟମାନେ ।

hiranchal ad1
Leave A Reply

Your email address will not be published.

20 + twelve =