ବିବାହ ଅନୁମତି ମାଗିଲେ ଦେବାକୁ ପଡିବ ୫୦ ଜଣଙ୍କ ତାଲିକା

0 2,487

ବୌଦ୍ଧ,୨୮/୪- କରୋନାର ଦ୍ୱିତୀୟ ଲହର୍‌ ସହରଠାରୁ ଗାଆଁଗଣ୍ଡା ଯାଏଁ ବ୍ୟାପିଯାଇଥିବା ବେଳେ ବିବାହ ଋତୁ ଆସିଯାଇଛି । ପୂର୍ବରୁ ବିବାହ ତାରିଖ ନିର୍ଦ୍ଧାରଣ କରି ବର ଓ କନ୍ୟାପକ୍ଷ ମାନେ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନର କରୋନା କଟକଣା ସେମାନଙ୍କୁ ଅଡୁଆରେ ପକାଇଛି । ଗତକାଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାରୀ କରିଥିବା ଆଦେଶ ଅନୁଯାୟୀ ବିବାହ ଉତ୍ସବରେ ବର ଓ କନ୍ୟା ପକ୍ଷ ମିଶି ମାତ୍ର ୫୦ ଜଣଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ କରିବେ । ବର ଓ କନ୍ୟାଙ୍କୁ ମିଶାଇ ଉଭୟ ପକ୍ଷର ଯେଉଁ ୫୦ ଜଣ ଉପସ୍ଥିତ ରହିବେ ସେମାନଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ ନିଜ ନିଜ ଅଂଚଳର ଥାନାରେ ଦାଖଲକରି ଅନୁମତି ନେବେ । ବିବାହରେ ଅଂଶଗ୍ରହଣକାରୀ ମାନଙ୍କ ସେହି ତାଲିକା ବିବାହ ସ୍ଥଳରେ ପ୍ରଦର୍ଶିତ କରାଯିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏଥିରେ କେହି ଯଦି ଖିଲାପ କରିବେ ତାଙ୍କ ବିରୋଧରେ କୋଭିଡ୍‌ ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

one × 3 =