ନଳକୂପ ଅଚଳ, ତୁରନ୍ତ ମରାମତି ପାଇଁ ଦାବି

0 281

ବୌଦ୍ଧ,୨୮/୪- ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ଦୁଇଟି ନଳକୂପ ଆଜକୁ ପ୍ରାୟ ୫ ମାସ ହେବ ଅଚଳ ହୋଇଯାଇଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ନଳକୂପ ମରାମତି ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ୫ ମାସ ହେଲା ଉକ୍ତ ନଳକୂପ ମରାମତି ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବୌଦ୍ଧଜିଲ୍ଲା ରାଜ୍ୟର ଉତ୍ତପ୍ତ ଅଞ୍ଚଳ ଭାବେ ପରିଗଣିତ ହେଉଥିବାବେଳେ ପ୍ରାୟ ସବୁଗ୍ରାମରେ ଜଳସଂକଟ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ମାସମାସ ଧରି ଅଚଳ ନଳକୂପ ଆଦିକୁ ମରାମତି କରାଇବା ଦିଗରେ ଗ୍ରାମ ପଞ୍ଚାୟତ ଓ ପାନୀୟଜଳ ଯୋଗାଣ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

fourteen − five =