ସୌରଶକ୍ତିରେ ଆଲୋକୀକରଣ ପ୍ରକଳ୍ପ ଅଚଳ, ହେଉନି ମରାମତି

0 416

ବୌଦ୍ଧ,୨୮/୪- କଣ୍ଟାମାଳବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ସିଗାଡି ଗ୍ରାମରେ ୭ ଗୋଟି ଖମ୍ବପୋତି ଗ୍ରାମ ଦାଣ୍ଡକୁ ସୌରଶକ୍ତିଚାଳିତ ଆଲୋକୀକରଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ତରଫରୁ ୨୦୨୦ -୨୧ ଆର୍ଥିକ ବର୍ଷରେ କରାଯାଇଥିଲା । ଏ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିବାବେଳେ ତାହା ଲୋକଙ୍କ କୌଣସି କାମରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସିଗାଡି ଡୁମାଲ୍‌ ସାହିରେ ୩ ଗୋଟି ଓ କନ୍ଧସାହିରେ ୪ଗୋଟି ସୌରଶକ୍ତି ଚାଳିତ ଲାଇଟ୍‌ ପ୍ରାୟ ୬ ମାସ ତଳେ ବରଗୋଛା ଗ୍ରାମ ପଞ୍ଚାୟତ ତରଫରୁ ଲଗାଯାଇଥିଲା । ଯେଉଁଦିନ ଖମ୍ବପୋତି ଲାଇଟ୍‌ ଲଗାଯାଇଥିଲା ସେହିଦିନଠାରୁ ଅନେକ ଲାଇଟ୍‌ ଜଳୁନଥିଲା । ପରେ ଜଳିବ କହି ସରପଞ୍ଚ ଲୋକଙ୍କୁ ଆଶ୍ୱାସନା ଦେଇ ଚାଲି ଯାଇଥିଲେ । ବର୍ତ୍ତମାନ ଡୁମାଲ୍‌ ସାହିରେ ଗୋଟିଏ ଓ କନ୍ଧସାହିରେ ଦୁଇଟି ଲାଇଟ୍‌ ସନ୍ଧ୍ୟାବେଳକୁ ୨ ଘଣ୍ଟା ଜଳିବା ପରେ ବନ୍ଦ ହୋଇଯାଉଛି । ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ଯୋଗୁଁ ପ୍ରକଳ୍ପ ଆରମ୍ଭ ଦିନରୁ ହିଁ ଅଚଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ କଣ୍ଟାମାଳ ବିଡିଓ ଏ ଦିଗରେ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven − 7 =