ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସଂସଦର କଠୋର ଆଇନ ଆଣିବାକୁ ଦାବି

0 109

ସୁବର୍ଣ୍ଣପୁର: ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶକୁ ଜନସଂଖ୍ୟା ବିସ୍ଫୋରଣରୁ ବଞ୍ଚାଇବା ପାଇଁ ସଂସଦରେ ଏକ ଶକ୍ତିଶାଳୀ ଓ ଦୃଢ଼ ଆଇନ ପ୍ରଣୟନ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦ୍ରୁତ ଜନସଂଖ୍ୟା ଦ୍ୱାରା ଦେଶର ଅର୍ଥନୀତି ବେକାରୀ ସମସ୍ୟା ସର୍ବୋପରି ଏହାଦ୍ୱାରା କିପରି ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି ଏ ସବୁର ସମାଧାନ ପାଇଁ ଦେଶରେ ଯେତେଶୀଘ୍ର ହେବ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ଜନିତ ଏକ ଦୃଢ଼ ଆଇନ ଆଣିବାକୁ ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଖକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କେନ୍ଦ୍ରୀୟ କମିଟିର ସଦସ୍ୟା ଶ୍ରଦ୍ଧାଞ୍ଜଳି ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲା କମିଟି ସଭାପତି କେଦାର ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ନେତା ନବକୃଷ୍ଣ ଦନ୍ତା,ସୁରେଶ ମିଶ୍ର, ବଳଦେବ ବେଦବାକ, ପୂର୍ଣ୍ଣିମା ସା ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 + 11 =