ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

0 29

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ଉପ ସଭାନେତ୍ରୀ ଶ୍ରୀମତୀ ଯୌଷ୍ନା ବଗର୍ତ୍ତୀଙ୍କ ନେତୃତ୍ୱରେ ଭବାନୀପାଟଣା ସହର ଘୋଡାଘାଟ ଛକ ନିକଟରେ କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରାଯାଇଥିଲା । ମୋଦି ସରକାରର ସାତ ବର୍ଷ ଶାସନ କାଳରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଦର ବାରମ୍ବାର ବୃଦ୍ଧି ହେବା ଫଳରେ ଦେଶର ଗରିବ ମଧ୍ୟବିତ୍ତଙ୍କ ଉପରେ ବହୁତ ପ୍ରଭାବ ପଡୁଛି । ଗ୍ୟାସ ଦର ୫୦୦ ରୁ ୧୦୫୦ ଟଙ୍କା ହେଲାଣି । ସରକାର ଗରିବଙ୍କ ଆଖିରୁ ଲୁହ ପୋଛିବାକୁ ଯାଇ ଉଜ୍ଜଳା ଯୋଜନା ଆରମ୍ଭ କଲେ ଓ ସମସ୍ତଙ୍କ ଆଗରେ ବାହାବାହା ମାରୁଛନ୍ତି । ଅଥଚ ଯେଉଁ ଗରିବ ଲୋକେ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ତା ଘରେ ସିଲିଣ୍ଡର କୋଣରେ ପଡିରହିଛି । ଲୋକଙ୍କ ପାଖରେ ତେଲ ଲୁଣ କିଣିବାକୁ ଟଙ୍କାନାହିଁ, ଗ୍ୟାସ ଭରିବେ କିପରି । ପରିବାର ଚଲେଇବା ପାଇଁ ଲୋକେ ଦେଶାନ୍ତର ହେଉଛନ୍ତି । ସେଥିରେ ପୁଣି “ବୋଝ ଉପରେ ନଳିତାବିଡ଼ା’ ଏସବୁ ପାଇଁ କେବଳ କେନ୍ଦ୍ର ବିଜେପି ସରକାର ହିଁ ଦାୟୀ, ଏଣୁ ତୁରନ୍ତ ମୋଦି ସରକାର ଗ୍ୟାସ ଦର ପ୍ରତ୍ୟାହାର କରନ୍ତୁ ନଚେତ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଆନ୍ଦୋଳନରତ ମହିଳା କଂଗ୍ରେସ ନେତ୍ରୀମାନେ ଚେତାବନୀ ଦେଇଥିଲେ । ଉକ୍ତ ଲାର୍ଯ୍ୟକ୍ରମରେ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ,ଯୁବକଂଗ୍ରେସ ମହିଳା ଉପସଭାନେତ୍ର ମନ୍ଦାକିନୀ ବଣୁଆ, ନାରୀନେତ୍ରୀ ମର୍ଜିନା ପ୍ରଧାନ, ଯାଜ୍ଞସିନୀ ନାଏକ, ଯଶୋଦା ସୁନା, ଝିଲି ରାଉତ,ରତ୍ନମାଳା ମାଝୀ, ପୁଷ୍ପ ବିହାରୀ, ରାଜକୁମାରୀ ସରାଫ, ବସୁମତୀ ବାଗଙ୍କ ସମେତ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ସମ୍ପାଦକ ବ୍ରଜ ସାହୁ, ସୁରେଶ ପଟ୍ଟନାୟକ, ରାଜୀବଗାନ୍ଧୀ ପଂଚାୟତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ଟି ଳେମନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

11 + eleven =