ଜୋହାନ୍ସବର୍ଗ ଟେଷ୍ଟ, ଭାରତ ପ୍ରଥମ ଇନିଂସରେ ୨୦୨ରେ ଅଲଆଉଟ୍‌

0 91

ଜୋହାନ୍ସବର୍ଗ : ଏଠାରେ ଆଜିଠୁ ବିନା ବିରାଟ କୋହଲିରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ଘରୋଇ ଦଳର ପ୍ରଭାବି ବୋଲିଂ ଯୋଗୁ ଭାରତ ପ୍ରଥମ ଦିବସରେ ମାତ୍ର ୬୩.୧ ଓଭର ଖେଳି ୨୦୨ରେ ଅଲଆଉଟ ହୋଇଯାଇଛି । ଅଧିନାୟକ କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିଛି କରିପାରି ନାହାନ୍ତି । ଭାରତର ପ୍ରଥମ ଇନିଂସରେ ଘରୋଇ ଦଳର ବୋଲର ମାର୍କୋ ଜାନସେହ,ରାବଡ଼ା ଓ ଅଲିଭିଅର ଭାରତର ଆଶୁ ପତନ ତଥା ବିପର୍ଯ୍ୟୟ ଘଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନେ ଯଥାକ୍ରମେ ୪,୩ ଓ ୩ ୱିକେଟ ନେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇନିଂସ ଆରମ୍ଭ କରିଛି । ଅବଶ୍ୟ ଅଧିନାୟକ ରାହୁଲଙ୍କ ଅର୍ଦ୍ଧଶତକ ଏବଂ ଶେଷରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦର୍ଶନୀୟ ବ୍ୟାଟିଂ ବଳରେ ସମ୍ମାନଜନକ ସ୍କୋର କରିପାରିଛି ଭାରତ । କିନ୍ତୁ ପୁଣି ଫେଲ ମାରିଛନ୍ତି ଭେଟେରାନ୍‌ ଚେତେଶ୍ୱର ପୁଜାରା ଏବଂ ଅଜିଙ୍କ୍ୟ ରାହାଣେ ।
ଓପନର ଲୋକେସ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରିଥିଲେ । ମୟଙ୍କ ଅଗ୍ରୱାଲ ୨୬ ରନ କରି ପ୍ରଥମ ଶିକାର ହୋଇଥିଲେ । ପରେ ପୁଜାରା ୩ ରନ ଏବଂ ରାହାଣେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ରାହୁଲ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ବେପରୁଆ ସଟ୍‌ ଖେଳି ୱିକେଟ୍‌ ହରାଇଥିଲେ । ସେ ବ୍ୟକ୍ତିଗତ ଭାବେ ୫୦ ରନକରି ଆଉଟ ହୋଇଛନ୍ତି । ହନୁମା ବିହାରୀଙ୍କୁ ଦ୍ୱିତୀୟ ମ୍ୟାଚରେ ସୁଯୋଗ ମିଳିଥିଲେ ସୁଦ୍ଧା ଫାଇଦା ଉଠାଇ ପାରିନାହାନ୍ତି । ସେ ବ୍ୟକ୍ତିଗତ ୨୦ରନ କରି ଆଉଟ ହୋଇଥିବା ବେଳେ, ପନ୍ତ ୧୭ରନ, ଅଶ୍ୱିନ ୪୬ରନର ଦର୍ଶନୀୟ ଇନିଂସ ଖେଳିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଧୁଳ ଠାକୁର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ, ମହମ୍ମଦ ସାମୀ ୯ରନ, ମହମ୍ମଦ ସିରାଜ ୧ ରନ କରି ଆଉଟ ହୋଇଥିଲେ । ଯଶପ୍ରୀତ ବୁମରାହ ୧୪ରନକରି ଅପରାଜିତ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନ୍‌ସେହ ଚମତ୍କାର ବୋଲିଂ କରି ୪ଟି ୱିକେଟ ନେଇଛନ୍ତି । କାଗିସୋ ରାବାଡା ୧୭.୧ ଓଭରରେ ୬୪ରନ ଦେଇ ୩ ୱିକେଟ ନେଇଥିବା ବେଳେ, ଡ୍ୱାନ୍‌ ଓଲିଭର ୧୭ ଓଭରରେ ୬୪ରନଦେଇ ୩ ୱିକେଟ, ଲୁଙ୍ଗି ଏନ୍‌ଗିଡି ୧୧ ଓଭରରେ ୨୬ ରନ ଏବଂ କେଶବ ମହାରାଜ ୧ ଓଭରରେ ୬ରନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =