ଆଠ ବର୍ଷ ପରେ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ ଜୟଶ୍ରୀ ମିଶ୍ର ନିଖୋଜ ମାମଲା ହତ୍ୟାକାଣ୍ଡ ରେ ରୂପାନ୍ତରିତ

0 635

ସମ୍ବଲପୁର : ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇ ୨୦୧୧ ମସିହାରେ ହଠାତ ନିଖୋଜ ହୋଇ ଯାଇ ଥିବା ମାମଲା ଗତକାଲି ଆଠବର୍ଷ ପରେ ହତ୍ୟାକାଣ୍ଡ ରୂପେ ବିବେଚିତ ହୋଇଛି । ଏହି ମାମଲାରେ ସ୍ଥାନୀୟ ନନ୍ଦପଡା ନିବାସୀ ଜୟଶ୍ରୀ ମିଶ୍ର ଙ୍କୁ ହତ୍ଯା କରିଥିବା ଅଭିଯୋଗ ରେ ନିକଟସ୍ଥ ବଡସି°ହାରୀ ଗାଁର ବସନ୍ତ ପଣ୍ଡା କୁ ପୁଲିସ ଯୁଯୁମୁରା ରୁ ଗିରଫକରି ଗତକାଲି କୋର୍ଟ ଚାଲାନ ରେ ପଠାଇ ଦେଇଛି । ଆଠବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ପରେ ସ୍ବର୍ଗତ ଜୟଶ୍ରୀ ମିଶ୍ର ଙ୍କ ସାନଝିଅ ବିଜୟିନୀ ପରିଶେଷରେ କୃତକାର୍ଯ୍ୟ ହୋଇଛନ୍ତି ।

hiring

ଏସମ୍ପର୍କରେ ମିଳିଥିବା ତଥ୍ୟ ଅନୁସାରେ ସ୍ଥାନୀୟ ନନ୍ଦପଡା ନିବାସୀ ମୁରାରୀ ମିଶ୍ର ପୋଷ୍ଟ ଅଫିସରେ କାମ କରୁଥିଲେ ଓ ଚାକିରୀ ରୁ ଅବସର ନେଲା ପରେ ପକ୍ଷାଘାତ ରେ ପିଡିତ ହୋଇ ଶେଷରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପରେ ବିଧବା ଜୟଶ୍ରୀ ଦୁଇପୁଅ ଓ ଦୁଇଝିଅର ଭରଣପୋଷଣ ଦାୟିତ୍ୱ ତୁଳାଉଥିଲେ । ଏହିପ୍ରକାରେ ୨୦୧୧ ଅକ୍ଟୋବର ୨୫ ତାରିଖରେ ତାଙ୍କର ବଡଝିଅର ବିବାହ ସ୍ଥିର ହେଲା ଓ ଏହି ସନ୍ଦର୍ଭରେ ସେ ଛତିଶଗଡ଼ ସ୍ଥିତ ନିଜ ସମ୍ପର୍କୀୟ ଙ୍କୁ ନିମନ୍ତ୍ରଣ ପତ୍ର ଦେଇ ବସରେ ଫେରିବା ସମୟରେ ଗୋଶାଲା ଛକରେ ଓହ୍ଲାଇଥିଲେ । ଏହା ପରେ ତାଙ୍କ ବିଷୟରେ ଆଉ କିଛି ଖବର ମିଳି ନ ଥିଲା ।
ତାଙ୍କ ସାନଝିଅ ବିଜୟିନୀ ଏହି ସନ୍ଦର୍ଭରେ ଟାଉନଥାନା ରେ ଏକ ମାମଲା ରୁଜୁ କରିଥିଲେ, ଯାହାକି ଏମଏମଆର ସ°ଖ୍ଯା ୨୫/ ୨୦୧୧, ତା: ୧୩/୧୦/୨୦୧୧ ରୂପେ ପଞ୍ଜିକୃତ ହେଲା । କିନ୍ତୁ ସମସ୍ତେ ଭାବିନେଲେ ଯେ ସେ କାହା ସାଙ୍ଗରେ ପଳାଇ ଯାଇଛନ୍ତି ଏଣୁ ଏହାକୁ ସାମାନ୍ୟ ନିରୁଦ୍ଧିଷ୍ଟ ମାମଲା ଭାବି ପୁଲିସ ମଧ୍ୟ ଆଉ ଗୁରତ୍ବ ଦେଲା ନାହିଁ । କିନ୍ତୁ ସାନଝିଅ ବିଜୟିନୀର ଦୃଢ଼ ବିଶ୍ୱାସ ଥିଲା ଯେ ତାଙ୍କର ମାତାଙ୍କୁ ହତ୍ୟା କରାଯାଇଛି ଓ ହତ୍ଯାକାରୀ ଆଉ କେହି ନୁହେଁ, ସେ ହେଉଛି ବସନ୍ତ ପଣ୍ଡା । ସେପଟେ ସେହି ଘଟଣା ପରେ ବସନ୍ତ ମଧ୍ୟ ନିଖୋଜ ହୋଇ ଯାଇଥିଲା ।
କିଛି ଦିନ ପୂର୍ବରୁ ବିଜୟିନୀ ଗୃହ ମନ୍ତ୍ରାଲୟ କୁ ଏ ବିଷୟ ରେ ସମସ୍ତ ବିବରଣୀ ଦେଇ ଏକ ପତ୍ର ଲେଖି ଏହି ମାମଲାରେ ଟାଉନ ପୁଲିସର ନିଷ୍କ୍ରିୟତା ଉପରେ ଅଭିଯୋଗ ଆଣିଥିଲେ । ଏଣୁ ଗୃହ ବିଭାଗ ର ଚାପରେ ପୁଲିସ ମହାନିର୍ଦ୍ଦେଶକ, ଡିଆଇଜି ଓ ସମ୍ବଲପୁର ଏପି ସମସ୍ତେ ସକ୍ରିୟ ହେଲେ । ଏହାପରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା ଙ୍କ ନେତୃତ୍ୱରେ ଏକ ବିଶେଷ ଟିମ ଗଠିତ ହେଲା ଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲା । ଯେହେତୁ ବିଜୟିନୀ ଏହି ହତ୍ଯାକାଣ୍ଡ ପାଇଁ ବସନ୍ତ କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଥିଲେ, ତେଣୁ ତଦନ୍ତ ପାଇଁ ତାକୁ ଖୋଜାଗଲା । ସେ କିନ୍ତୁ ନିଖୋଜ ରହିଛି ବୋଲି ତାଙ୍କ ପୁଅ ବାରମ୍ବାର କହିବା ସତ୍ତ୍ୱେ ପୁଲିସ ତାଙ୍କର ମୋବାଇଲ ଫୋନ ପରୀକ୍ଷା କରି ଜାଣି ପାରିଲା ଯେ ବସନ୍ତ ଯୁଯୁମୁରା ଠାରେ ଆତ୍ମଗୋପନ କରିଛି । ସେଠାରୁ ତାହାକୁ ଆଣି ପଚରାଉଚରା କଲା ପରେ ସେ ଜୟଶ୍ରୀ ତଣ୍ଟିଚିପି ହତ୍ୟା କରିଥିବା କଥା ସ୍ଵୀକାର କରିଛି । ଏହି ହତ୍ଯାକାଣ୍ଡ ର ରହସ୍ୟ ଉନ୍ମୋଚନ ହୋଇ ସାରିଛି ।
ସେଦିନ ଛତିଶଗଡ଼ ରୁ ଫେରି ଗୋଶାଲା ଛକରେ ଓହ୍ଲାଇବା ପରେ ପ୍ରକୃତ ରେ ଜୟଶ୍ରୀ ନିକଟସ୍ଥ ଗାଁ ବଡସି°ହାରୀ ନିବାସୀ ତାଙ୍କର ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡା ଙ୍କୁ ଫୋନ ଯୋଗେ ଡକାଇ ଥିଲେ । ତାଙ୍କର ଜମିବାଡ଼ି ସମ୍ବନ୍ଧୀୟ ସମସ୍ତ ଲେନଦେନ କାମ ବସନ୍ତ ତୁଳାଉଥିଲେ ତେଣୁ ତାଙ୍କ ପାଖରେ ମିଶ୍ର ପରିବାର ର ପ୍ରାୟ ୧.୫ଲକ୍ଷ ଟଙ୍କା ବାକି ରହି ଯାଇଥିଲା । ଗୋଶାଲା ଛକରୁ ବଡସି°ହାରୀ ଗାଁ କୁ ମୋଟରସାଏକିଲ ଯୋଗେ ଫେରିବା ସମୟ ରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହେବା କଥା ଅନେକ ପ୍ରତ୍ଯକ୍ଷଦର୍ଶୀ ଜଣାଇଛନ୍ତି । ଏହି ବଚସା ରୁ ଉତ୍ଯକ୍ତ ହୋଇ ବାଟରେ ଏକ ନିଛାଟିଆ ଯାଗା ଦେଖି ବସନ୍ତ ତଣ୍ଟିଚିପି ଜୟଶ୍ରୀ କୁ ହତ୍ୟା କଲା ଓ ଏକ ବୁଦାମୂଳ ଗାତରେ ପୋତି ଦେଇ ଥିଲା । ରାତି ଅନ୍ଧାରରେ ଏହି କାମ ସମ୍ପୂର୍ଣ୍ଣ ନ ହେବାରୁ ସେ ତହିଁ ଆରଦିନ ଦୁଇଜଣ ମଜୁରିଆ ଙ୍କୁ ଆଣି ତାହା ପୁରା କରିଥିବା ସେ ସ୍ବୀକାର କରିଛି । ବର୍ତ୍ତମାନ ସେହି ସ୍ଥାନକୁ ଖୋଜି ସେଠାରୁ ଶବର ଅସ୍ଥିକଙ୍କାଳ ଉଦ୍ଧାର କରିବା ପାଇଁ ପୁଲିସ ଚେଷ୍ଟା କରୁଛି । ସେହି କଙ୍କାଳ ର ଡିଏନଏ ପରୀକ୍ଷାକରି ପୁଲିସକୁ ପ୍ରମାଣିତ କରିବାକୁ ହେବ ଯେ ଏହା ପ୍ରକୃତ ରେ ମୃତ ଜୟଶ୍ରୀ ର ବୋଲି ।

hiranchal ad1
Leave A Reply

Your email address will not be published.

4 × 1 =