ଆସେସ୍ ଜର୍ସିରେ ରହିବ ଖେଳାଳିଙ୍କ ନାମ

0 618


ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆସେସ୍ ସିରିଜ୍ରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଣିକି ଆସେସ୍ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ଦିନିକିଆ ଓ ଟି-୨୦ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ତେବେ ଟେଷ୍ଟ ମ୍ୟାଚ୍ଗୁଡ଼ିକରେ ପାରମ୍ପରିକ ପଦ୍ଧତିକୁ ଅନୁସରଣ କରାଯିବ । ଇଂଲଣ୍ଡ କ୍ରିକେଟ୍ କହିଛି ଯେ, ଟେଷ୍ଟ ଅଧିନାୟକ ଜେ ରୁଟ୍ ଧଳା ଜର୍ସି ପରିଧାନ କରୁଛନ୍ତି । ସେଥିରେ ସଂଖ୍ୟା ଓ ନାମ ପଛପଟେ ଲେଖାଯାଇଛି । ତେବେ ଅଷ୍ଟ୍ରେଲୀୟ ଖେଳାଳିମାନେ ଏହିଭଳି ପୋଷାକ ପିନ୍ଧିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିବାରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆସେସ୍ ସିରିଜ୍ରେ କେତେକ ପରିବର୍ତ୍ତନ ଆସିବ । ଆସେସ୍ ସିରିଜ୍ ଲାଗି ସାଧାରଣତଃ ଜର୍ସିର ପଛପଟେ ଖେଳାଳିଙ୍କ ନାମ ରହିନଥାଏ । କିନ୍ତୁ ଆଗକୁ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଏଣିକି ନାମ ରହିବ । ଆସେସ୍ ସିରିଜ୍ରେ ଜର୍ସିକୁ ନେଇ ଏଭଳି ପରିବର୍ତ୍ତନ ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । ଆସେସ୍ ସିରିଜ୍ରେ ଭାଗ ନେବାକୁ ଥିବା ଦେଶଗୁଡ଼ିକର ଖେଳାଳିମାନେ ଏ ସମ୍ପର୍କରେ ସେଭଳି କୌଣସି ପ୍ରତିକୂଳ ମନ୍ତବ୍ୟ ଦେଇନାହାଁନ୍ତି । ତେଣୁ ଆସନ୍ତା ସିରିଜରେ ଖେଳାଳିମାନଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମଳିବ ।

hiranchal ad1
Leave A Reply

Your email address will not be published.

19 − 1 =