କାଦପଡ଼ା ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣେଶ ପୂଜା

0 730

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମର ଜଗନ୍ନାଥ ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଟି ପକ୍ଷରୁ ଏକ ଆକର୍ଷଣୀୟ ତୋରଣ ତିଆରି କରି ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି ।

ଆଜି ପୂର୍ବାହ୍ନ ୧.୩୦ ମିନିଟରେ ପୂଜକ ହରିହର ପାଢୀଙ୍କ ଦ୍ୱାରା ପୂଜାକାର୍ଯ୍ୟ ସଂପନ୍ନ ହୋଇଥିଲା । ପୂଜା ପରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ପୂଜା କମିଟି ପକ୍ଷରୁ କରାଯାଇଥିଲା । ଏହି ପୂଜା ତିନି ଦିନ ବ୍ୟାପୀ ହେବ ବୋଲି ୟୁଥ୍ କ୍ଲବର ସଭାପତି ଅଗସ୍ତି ପ୍ରଧାନ ପ୍ରକାଶ କରିଛନ୍ତି ।

hiring

ଏହି ସମସ୍ତ ପୂଜାକାର୍ଯ୍ୟରେ ୟୁଥ୍ କ୍ଲବର ସଦସ୍ୟ ରାଜେଶ ସାହୁ, ସ୍ୱଦେଶ ପ୍ରଧାନ, ସଚିନ ଦେହୁରୀ, ସଲିମ ଦେହୁରୀ, ଯବିରାଜ ମହାନ୍ତି, ଶକ୍ତିମାନ ବେରିହା, ଚନ୍ଦନ ଦେହୁରୀ, କିଶାନ୍ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

ସେହିପରି କାଦପଡା ପ୍ରାଥମିକ ବିଦ୍ୟାଳୟ, କିଆକଟା ଉଚ୍ଚ ବିଦ୍ୟାଳୟ, କିଆକଟା ଏମ୍ଇ ସ୍କୁଲ, କିଆକଟା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଧ୍ୟ ହର୍ଷଉଲ୍ଲାସର ସହ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଛି । ଆଜି ପୂଜା ପାଇଁ ସକାଳେ ଛାତ୍ରଛାତ୍ରୀମାନେ ନୂଆ ବସ୍ତ୍ର ପରିଧାନ କରି ବିଦ୍ୟାଳୟକୁ ଆସିଥିଲେ । ପୂଜା ଶେଷ ହେବା ପରେ ସମସ୍ତେ ଏକାଠି ଖୁସି ମନରେ ପ୍ରସାଦ ସେବନ ମଧ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + eleven =