ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

0 626

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନେତାଙ୍କୁ ବିଭିନ୍ନ ପଦପଦବୀ ବଣ୍ଟନ କରିଛନ୍ତି । ଏହି କ୍ରମରେ ସେ ଉକ୍ରଳ ପ୍ରସଂଗ ଓ ଓଡିଶା ରିଭ୍ୟୁର ସଂପାଦକ ଭାବେ ଲେଲିନ ମହାନ୍ତିଙ୍କୁ ନିଯୁକ୍ତି ଦେଇଥିବା ବେଳେ ସୁଜିତ କୁମାର ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଅନୁଭବ ପଟ୍ଟନାୟକ ଉପଦେଷ୍ଟା ଟିଟି ଓ ଆଇଟି, କୃତିଦାସ ପାତ୍ର ଉପଦେଷ୍ଟା କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଉକ୍ରଳ କେଶରୀ ପରିଡା ଉପଦେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଦେବାଶିଷ ମଲ୍ଲିକ ଉପଦେଷ୍ଟା ଓଡିଶା ବନ ଉନ୍ନୟନ ନିଗମ, ସୁଲତା ଦେଓ ଉପଦେଷ୍ଟା ମହିଳା ଓ ଶିଶୁ ବିକାଶ ବିଭାଗ, ଜନ୍ମେଜୟ ଲେଙ୍କା ଉପଦେଷ୍ଟା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ରାମଚନ୍ଦ୍ର ପଣ୍ଡା ଉପଦେଷ୍ଟା ଓଡିଶା ରାଜ୍ୟ କୃଷି ବିପନ୍ନ ବୋର୍ଡ, ଦେବାଶିଷ ମହାନ୍ତି ଅଧ୍ୟକ୍ଷ ଓଡିଶା କୃଷି ଶିଳ୍ପ ନିଗମ, ଇଶ୍ୱର ପାଣିଗ୍ରାହୀ ଅଧ୍ୟକ୍ଷ ଓଡିଶା ବିହନ ନିଗମ, ପ୍ରଭାତ ଆଦିତ୍ୟ ମିଶ୍ର ଅଧ୍ୟକ୍ଷ ଆର୍ଟିକଲ, ଅନୁପ ସାଏ ଅଧ୍ୟକ୍ଷ ଓଡିଶା ଓୟାର ହାଉସିଂ କର୍ପୋରେସନ, ଅସିତ ପଟ୍ଟନାୟକ ଅଧ୍ୟକ୍ଷ-ଓଡିଶା ମତ୍ସ୍ୟ ବିକାଶ ନିଗମ, ସୁଧୀର ଦାସ-ଉପଦେଷ୍ଟା ବିଜୁ ସ୍ୱାସ୍ଥ୍ୟକରଣ ଯୋଜନା, ଦିଲ୍ଲୀପ ତିର୍କୀ ଅଧ୍ୟକ୍ଷ ଓଡିଶା ହକି ପ୍ରୋମସନ କାଉନସିଲ, ମାନସ ମାଡକାନୀ ଅଧ୍ୟକ୍ଷ ମାଲକାନାଗିରି ସ୍ୱତନ୍ତ୍ର ବିକାଶ ପରିଷଦ, ବିନୟ ତୋପ୍ତୋ ଅଧ୍ୟକ୍ଷ ସୁନ୍ଦରଗଡ ସ୍ୱତନ୍ତ୍ର ବିକାଶ ପରିଷଦ, ସୁସ୍ମିତ ବାଗଚୀ ଅଧ୍ୟକ୍ଷ ମୋ ସ୍କୁଲ, ଆକାଶ ଦାସ ନାୟକ ଅଧ୍ୟକ୍ଷ ମୋ କଲେଜ, ମିନୋତି ବେହେରା, ଅଧ୍ୟକ୍ଷା ମହିଳା କମିଶନ, କସ୍ତୁରି ମହାପାତ୍ର ଅଧ୍ୟକ୍ଷା ସମାଜ ମଙ୍ଗଳ ବୋର୍ଡ, ସୁଲୋଚନା ଦାସ ଅଧ୍ୟକ୍ଷା ରାଜ୍ୟ ଭିନ୍ନକ୍ଷମ କମିଶନ, ଲୋପାମୁଦ୍ରା ବକ୍ସିପାତ୍ର ଉପଦେଷ୍ଟା ମିଶନ ଶକ୍ତି, ପୁଷ୍ପେନ୍ଦ୍ର ସିଂଦେଓ ସଭ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ, ଅମରେନ୍ଦ୍ର ଦାସ ଅଧ୍ୟକ୍ଷ ଓଡିଶା କାଜୁ ନିଗମ, ନିଲୁ ଅମାତ ଅଧ୍ୟକ୍ଷ ଓଡିଶା ଗ୍ରାମ୍ୟ ଗୃହ ନିଗମ, ଚିନ୍ମୟ ସାହୁ ଅଧ୍ୟକ୍ଷ କ୍ଷୁଦ୍ର ଶିଳ୍ପ ନିଗମ, ଶ୍ରୀମୟୀ ମିଶ୍ର ଅଧ୍ୟକ୍ଷ ଓଟିଡିସି, ଅମରେଶ ପତ୍ରୀ ଅଧ୍ୟକ୍ଷ ଉଠା ଜଳସେଚନ ନିଗମ, ସତ୍ୟବ୍ରତ ତ୍ରିପାଠୀ ଅଧ୍ୟକ୍ଷ ଓଡିଶା ଚଳଚ୍ଚିତ୍ର ବିକାଶ ନିଗମ, ବିଜୟ କୁମାର ନାୟକ ଅଧ୍ୟକ୍ଷ ଓଡିଶା ଯୁବ ମଙ୍ଗଳ ବୋର୍ଡ, ପ୍ରିୟଦର୍ଶୀ ମିଶ୍ର ଅଧ୍ୟକ୍ଷ ହାଉସିଂ ବୋର୍ଡ ନିଗମ, ସୁବାସ ସିଂ ଅଧ୍ୟକ୍ଷ ନିର୍ମାଣ ଶ୍ରମିକ ବୋର୍ଡ ଓ ସଂଜୀବ ପାଇକ ରାୟ ଓଡିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ । ଉଲ୍ଲେଖଯୋଗ୍ୟ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଥିବା ନେତାଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନରେ ପରାଜୟ ବରଣ କରିଥିଲେ ଓ ଅନେକ ଟିକେଟ ନପାଇ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ଥଇଥାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =