ରାମ ନବମୀ ପାଇଁ କାଦପଡ଼ା ଗ୍ରାମ ଉତ୍ସବ ମୁଖର

0 693

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ମହାଆଡାମ୍ବର ସହକାରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଜନ୍ମୋତ୍ସବ ତଥା ରାମ ନବମୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ସକାଳ ୬ ଘଣ୍ଟିକାରେ ମହିଳାମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାମ ନବମୀ ଉତ୍ସବ ପାଇଁ ସାରା ଗ୍ରାମ ବେଶ୍ ଉତ୍ସବ ମୁଖର ହୋଇ ଉଠିଛି । ଆଜି ଦିବା ୧୨ ଘଣ୍ଟିକା ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ହନୁମାନଙ୍କ ପ୍ରତିମୂର୍ତ୍ତିଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ହରିହର ପାଢୀ କାର୍ଯ୍ୟ ତୁଲାଇଥିବା ବେଳେ ପୂଜାର କର୍ତ୍ତା ଭାବେ ରାମଲୀଳା ଯାତ୍ରା କମିଟିର ସଭାପତି ବଶିଷ୍ଠ ଦେହୁରୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଉତ୍ସବରେ ଗ୍ରାମ ତଥା ପଡୋଶୀ ଗ୍ରାମର ରାମଭକ୍ତମାନଙ୍କ ସମାଗମ ହୋଇଥିଲା । ସମସ୍ତ ରାମଭକ୍ତଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଯାତ୍ରା ପ୍ରାୟ ୮ ଦିନ ଧରି ଚାଲିବ । ଯାତ୍ରା କମିଟି ସଭାପତି ଶ୍ରୀ ଦେହୁରୀ କହିଛନ୍ତି ଯେ, ଯଦି ପ୍ରଶାସନ କିମ୍ବା ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ, ତେବେ ପ୍ରାୟ ୫୧ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ରାମନବମୀ ଯାତ୍ରାକୁ ଆହୁରି ସରସ ସୁନ୍ଦର ତଥା ଆକର୍ଷଣୀୟ କରାଯାଇପାରନ୍ତା । ରାମ ନବମୀ ଉତ୍ସବକୁ କିପରି ସଠିକ୍ ଢଙ୍ଗରେ ପାଳନ କରାଯାଇପାରିବ ସେଥିପ୍ରତି ସଂପାଦକ ଗଣେଶ୍ୱର ବେରିହା, କୋଷାଧ୍ୟକ୍ଷ ମିନୀଷ ମହାନ୍ତି ପ୍ରମୁଖ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

18 − one =