ଲକ୍‌ଡାଉନ୍ ସମ୍ପର୍କିତ ଆଲୋଚନା କଲେ ଜିଲ୍ଲାପାଳ

0 639

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଗୁମ୍ମା ବ୍ଲକ ଅଚାନକ ଗ୍ରସ୍ତ କରି ବ୍ଲକରେ କରୋନା ଭାଇରସର କଡ଼ା ମୁକାବିଲା କରାଯିବା ନେଇ ଲକ୍‌ଡାଉନ୍ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହା, ବିଡ଼ିଓ ନଟବର ଗରଡ଼ାଙ୍କ ସହ ଏହି ଲକ୍‌ଡାଉନ୍ ବିଷୟରେ ଆଲୋଚନା କରିଥିଲେ । ତା\’ପରେ ପରେ ଜିଲ୍ଲାପାଳ ଶ୍ରୀ ଶାହା ସିଧା ତରଭା ପଞ୍ଚାୟତକୁ ଯାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାସନକାର୍ଡ଼ ହିତାଧିକାରୀଙ୍କୁ ଦିଆଯାଉଥିବା ଆଗୁଆ ତିନିମାସର ଚାଉଳ ଓ ୧୦୦୦ ଟଙ୍କା ଲେଖାଏଁ ସହାୟତା ଦେଖି ଏବଂ ଗ୍ରାମସେବକଙ୍କ ଠାରୁ ସେ ସମ୍ପର୍କରେ ଅବଗତ ହୋଇଥିଲେ । ହିତାଧିକାରୀମାନଙ୍କୁ ଧାଡ଼ିରେ ରହି ସାମାଜିକ ଦୂରତା ରକ୍ଷା କରିବାକୁ କହିଥିଲେ । ତା’ସହ ବିଭିନ୍ନ ପଞ୍ଚାୟତ ତରଫରୁ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନଦ୍ର ସବୁ ମୁନିସିଂ, ତରଙ୍ଗଡ଼ା, ଜୀବ ପ୍ରଭୃତି ପଞ୍ଚାୟତ ପରିଦର୍ଶନ କରି ଫେରି ଯାଇଥିଲେ ।

hiranchal ad1
Leave A Reply

Your email address will not be published.

fifteen + 5 =