ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ : କନ୍ଧମାଳ ଜିଲ୍ଲାରେ ମସଲା କାରଖାନା ପ୍ରତିଷ୍ଠା କରିବ ଏମଡିଏଚ୍

0 617

ନୂଆଦିଲ୍ଲୀ : ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ବିଭିନ୍ନ ସମୟରେ ଅଭିନବ ପ୍ରୟାସ କରି ଆସୁଛନ୍ତି । ଏହି ପ୍ରୟାସରେ ସେ ସଫଳତା ମଧ୍ୟ ଲାଭ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ପୂରଣ କରିବା କ୍ଷେତ୍ରରେ ମଧ୍ୟ ସେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ନିଜ ସଂସଦୀୟ କ୍ଷେତ୍ରର ଉନ୍ନତି ସାଙ୍ଗକୁ ଓଡ଼ିଶାର ଦାବିକୁ ସଂସଦରେ ଉପସ୍ଥାପିତ କରି ସେ ଚର୍ଚ୍ଚାରେ ମଧ୍ୟ ଅଛନ୍ତି । ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଡଃ ସାମନ୍ତ ଚର୍ଚ୍ଚାକୁ ଆସିଛନ୍ତି । ଓଡ଼ିଶା ଓ ଓଡ଼ିଶା ବାହାରେ ଆଦୃତ ହୋଇଥିବା କନ୍ଧମାଳ ହଳଦୀ ଚାଷ ଓ ବ୍ୟବସାୟର ଅଧିକ ପ୍ରସାର ପାଇଁ ସେ ଏକ ବଳିଷ୍ଠ ପ୍ରୟାସ କରିଛନ୍ତି । ଏମ୍ଡିଏଚ୍ ମସଲା କମ୍ପାନୀର ପ୍ରତିଷ୍ଠାତା ମହାଶେ ଧରମ୍ପାଲ୍ ଗୁଲାଟିଙ୍କୁ ସେ ସାକ୍ଷାତ କରି କନ୍ଧମାଳ ଜିଲ୍ଲାରେ ଏକ ହଳଦୀ ମସଲା କାରଖାନା ତଥା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବ ଦେଇଥିଲେ ।

hiring

ଏହି ପ୍ରସ୍ତାବକୁ ଧରମପାଲ୍ ଗ୍ରହଣ କରିଛନ୍ତି । ଖୁବ୍ଶୀଘ୍ର ଏହି ଜିଲ୍ଲାରେ ଏମ୍ଡିଏଚ୍ କମ୍ପାନୀ ହଳଦୀ ମସଲା କାରଖାନା ପ୍ରତିଷ୍ଠା କରିବ । ଏହାଦ୍ୱାରା ହଳଦୀ ଚାଷୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଜିଆଇ ମାନ୍ୟତା ଲାଭ କରିଥିବା ହଳଦୀର ବ୍ୟବସାୟ, ଚାହିଦା ଓ ପ୍ରସାର ଏହାଦ୍ୱାରା ଆହୁରି ବହୁଗୁଣିତ ହେବ ବୋଲି ଆଶା କରାଯାଉଛି । ଡଃ ସାମନ୍ତଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସାକ୍ଷାତ ଆଲୋଚନା ବେଳେ ଡଃ ସାମନ୍ତରଙ୍କର ଶିକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟକୁ ପଦ୍ମଭୂଷଣ ଧରମପାଲ୍ ଗୁଲାଟି ପ୍ରଶଂସା କରିଥିଲେ । ୯୭ ବର୍ଷ ବୟସରେ ମଧ୍ୟ ଧରମପାଲ୍ ଯେଭଳି ସଂକଳ୍ପ ଓ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ ।

hiranchal ad1
Leave A Reply

Your email address will not be published.

fourteen − ten =