ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରାଯିବ। ମୁଖ୍ୟ ଶାସନ ସଚିବ, ଡିଜିପି ଉପସ୍ଥିତ ରହିବା ସହ ରାଜ୍ୟର ସବୁ ଜିଲାର ଏସ୍ପି ଭିଡିଓ କନ୍ଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଯୋଡ଼ି ହୋଇରହିବେ।
