ଚାଷୀଙ୍କ ଖାତାକୁ ଗଲା ପିଏମ-କିଷାନ ଟଙ୍କା

0 61

ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (ପିଏମ-କିଷାନ) ଯୋଜନାର ୨୪ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଗୁଜରାଟର ବନାସକାଣ୍ଠା ଜିଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ସେଠାରୁ ଦେଶର କୃଷକମାନଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ପଠାଇଛନ୍ତି।

hiring

ଏହି କାର୍ଯ୍ୟକ୍ରମରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର୍‌ (ଡିବିଟି) ମାଧ୍ୟମରେ ସାରା ଦେଶର ପ୍ରାୟ ୯.୩୪ କୋଟି ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ୍‌ ୧୮,୬୯୦ କୋଟି ଟଙ୍କା ସିଧାସଳଖ ପଠାଯାଇଛି। ବିନା କୌଣସି ମଧ୍ୟସ୍ଥତାରେ ଚାଷୀମାନଙ୍କୁ ସିଧାସଳଖ ସେମାନଙ୍କ ହକ୍‌ ଟଙ୍କା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି କିସ୍ତି ମାଧ୍ୟମରେ ଓଡ଼ିଶାର ଚାଷୀମାନେ ମଧ୍ୟ ବିଶେଷ ଭାବେ ଲାଭାନୱିତ ହୋଇଛନ୍ତି। ରାଜ୍ୟର ପ୍ରାୟ ୩୫.୩୯ ଲକ୍ଷ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟ୍‌ ୭୦୭.୮୬ କୋଟି ଟଙ୍କା ଜମା ହୋଇଛି। ଚାଷ ଆରମ୍ଭ ସମୟରେ ମିଳିଥିବା ଏହି ସହାୟତା ଓଡ଼ିଶାର କୃଷକମାନଙ୍କୁ ବିହନ, ସାର, ଏବଂ କୃଷି ଉପକରଣ କିଣିବାରେ ବହୁତ ସାହାଯ୍ୟ କରିବ।

hiranchal ad1
Leave A Reply

Your email address will not be published.

1 × four =