ଜନ୍ମ ଦିନରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଲଭଲିନା

0 54

ନୂଆଦିଲ୍ଲୀ- ଆଜି ହେଉଛି ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ୍‌ଙ୍କର ଜନ୍ମଦିନ। ଆଉ ନିଜ ଜନ୍ମଦିନ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜାପାନରେ ଆଇଚି ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସରେ ତାଙ୍କୁ ମିଳିଛି ଏହି ସଫଳତା।
ମହିଳା ୭୫ କେଜି ବକ୍ସିଂ ଫାଇନାଲରେ ଚାଇନାର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରି ଲଭଲିନା ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ୨୦୨୩ରେ ଚାଇନାର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ଗେମ୍ସରେ ସେ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଏହା ସହିତ ଏସିଆନ ଗେମ୍ସରେ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ତାଙ୍କ ପୂର୍ବରୁ ୨୦୧୪ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଭାରତର ଅନ୍ୟତମ ଷ୍ଟାର ବକ୍ସର ମ୍ୟାରୀ କମ୍‌।
୧୯୯୭ ମସିହା ଅକ୍ଟୋବର ୨ ତାରିଖରେ ଆସାମର ଗୋଲଘାଟ ଜିଲ୍ଲାର ବାରୋମୁଖିଆ ଗାଁରେ ଜନ୍ମ ହୋଇଥିବା ଲଭଲିନା ବୋର୍ଗୋହେନ୍‌ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ବିଶ୍ୱ ଚାମ୍ପିୟନଶିପ୍‌ରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ଏସିଆନ ଚାମ୍ପିୟନଶିପ୍‌ରେ ସେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ ଜିତିଥିବା ବେଳେ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଛନ୍ତି। ଗତ ଏସିଆନ୍ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିବା ବେଳେ ଏଥର ଜିତିଛନ୍ତି ସ୍ୱର୍ଣ୍ଣ।
ଜାପାନରେ ଆଇଚି ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ଚତୁର୍ଦ୍ଦଶ ଦିବସରେ ପହଞ୍ଚିଥିବା ବେଳେ ଲଭଲିନାଙ୍କ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।
ଭାରତ ମୋଟ ପଦକ ସଂଖ୍ୟା ୭୦କୁ ବୃଦ୍ଧି ପାଇଥିବା ବେଳେ ତା’ ମଧ୍ୟରେ ରହିଛି ୧୨ ସ୍ୱର୍ଣ୍ଣ ପଦକ, ୨୪ ରୌପ୍ୟ ଔ ୩୪ ବ୍ରୋଞ୍ଜ।

hiranchal ad1
Leave A Reply

Your email address will not be published.

fourteen − four =