ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ

0 44

ଭୁବନେଶ୍ଵର: ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ମୁହାଁ ହେବ । ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଅତିପ୍ରବଳ ବର୍ଷା ହେବାର ସୂଚନା ରହିଛି । ୬୦ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳେ ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୮୦ କିମି ରହିପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ୮୦ କିମିରେ ପବନ ବହିବ  । କଳାହାଣ୍ଡି ଓ ଗଜପତିରେ ବି ପବନର ବେଗ ରହିବ ୮୦ କିମି  । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା ରହିଥିବା ବେଳେ ଉତ୍ତର ଓଡ଼ିଶାରେ ବି ଧୀରେ ଧୀରେ ବର୍ଷା ବଢ଼ିବ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।

hiranchal ad1
Leave A Reply

Your email address will not be published.

five × 2 =