ପିଆଜରେ ହାତ ମାରି ହେଉନି

0 51

ଭୁବନେଶ୍ବର- କନ୍ଦାଉଛି ପିଆଜ। ପିଆଜରେ ହାତ ମାରି ହେଉନି। ଛୁଇଁବା ମାତ୍ରେ ଏବେ ୭୦ ଟଙ୍କା। ବାଲେଶ୍ବର ହେଉ କି ବ୍ରହ୍ମପୁର, ବଲାଙ୍ଗିର ହେଉ କି କଟକ ଚାରିଆଡ଼େ ଏବେ ପିଆଜ ଆକାଶଛୁଆଁ। ଯେତିକି ଆବଶ୍ୟକ ସେତିକି ପିଆଜ ବଜାରକୁ ଆସୁନି। ଗରିବର ପଖାଳ  କଂସାରୁ ଗାଏବ ହୋଇଗଲାଣି ପିଆଜ। 

hiring

ଛୁଇଁବା ତ ଦୂର କଥା କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି। ପ୍ରତିଦିନ କଟକ ଛତ୍ରବଜାରକୁ ୫ରୁ ୬ଟା ଟ୍ରକ୍ ପିଆଜ ଆସୁଥିଲା। ହେଲେ ଏବେ ତାହା ବି ଆସୁନି। କାଁ ଭାଁ ଗୋଟେ ଦୁଇଟା ଟ୍ରକ୍ ପହଞ୍ଚୁଛି। ଫଳରେ ଏହାର ସିଧା ପ୍ରଭାବ ଦୋକାନ ଓ ଖାଉଟିଙ୍କ ପକେଟ୍ ଉପରେ ପଡ଼ୁଛି। ପିଆଜ ଉତ୍ପାଦନରେ ଆମ ରାଜ୍ୟ ପଛରେ ରହିଛି। 

ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ଓ ଅନୁଗୁଳ ବ୍ୟତୀତ ଅନ୍ୟ ଜିଲ୍ଲାରେ ପ୍ରାୟ ପିଆଜ ଚାଷ ହେଉନି। ମହାରାଷ୍ଟ୍ରର ନାସିକ, ଦିଲ୍ଲୀ କିମ୍ବା ଆନ୍ଧ୍ରପ୍ରଦେଶରୁ ପିଆଜ ଆସୁଛି। ପିଆଜ ବାହାରୁ ଆସିବା କମିଗଲେ ଦର ଉଚ୍ଚା ରହୁଛି। ଏହାସହ ମହାରାଷ୍ଟ୍ରରେ ବର୍ଷାରୁ ପିଆଜ ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ।

hiranchal ad1
Leave A Reply

Your email address will not be published.

15 − 4 =