ଭୁବନେଶ୍ଵ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ସୂଚନା। ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି। ସେ କହିଛନ୍ତି ଯେ, ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି ହୋଇଯିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ।
