ବଦଳିବ ପାଗ, ତାତିରୁ ଆଶ୍ୱସ୍ତି ଦେବ ବର୍ଷା

0 46

ନୂଆଦିଲ୍ଲୀ : ବଦଳିବ ପାଗ। ତାତିରୁ ଆଶ୍ୱସ୍ତି ଦେବ ବର୍ଷା। ଆଜି ସାରା ଦେଶରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଜିଠାରୁ ପ୍ରବଳ ବେଗରେ ପବନ ବହିବା ଏବଂ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି। ଉତ୍ତର ଏବଂ ମଧ୍ୟ ଭାରତର ସମତଳ ଅଞ୍ଚଳଗୁଡ଼ିକ ପ୍ରବଳ ଗରମ କବଳରେ ରହିଥିବା ବେଳେ, କିଛି ଅଞ୍ଚଳରେ ଆଜିଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

hiring

ଆଇଏମଡି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ୨୦୨୬ ମସିହାରେ ‘ସୁପର ଏଲ୍ ନିନୋ’ ସୃଷ୍ଟି ହୋଇପାରେ। ଏହା ଫଳରେ ମୌସୁମୀ ବର୍ଷା ହ୍ରାସ ପାଇବ ଏବଂ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବ। ୧୮୭୭-୭୮ ପରି ଏକ ବିପର୍ଯ୍ୟୟ ପୁନରାବୃତ୍ତି ହୋଇପାରେ। ପ୍ରାୟ ୧୫୦ ବର୍ଷ ପୂର୍ବେ ଘଟିଥିବା ବିନାଶକାରୀ ଏଲ୍ ନିନୋ ବିଶ୍ୱ ସ୍ତରରେ ବ୍ୟାପକ ଦୁର୍ଭିକ୍ଷ, ମରୁଡ଼ି ଏବଂ ଲକ୍ଷ ଲକ୍ଷ ମୃତ୍ୟୁର କାରଣ ହୋଇଥିଲା। ସମୁଦ୍ର ତାପମାତ୍ରାରେ ଦ୍ରୁତ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି ଏହାର ମୂଳ କାରଣ।

hiranchal ad1
Leave A Reply

Your email address will not be published.

twenty + nine =