ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

0 57

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଜମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ ।ମୃତକ ବାଲିଗୁଡ଼ା ସହରର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି ବାସିନ୍ଦା ବି.ମହେଶ୍ବର ଦୋରା(ପିଣ୍ଟୁ) । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଧ୍ୟ ପିଣ୍ଟୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିଲେ । ଖେଳି ସାରି ଘରକୁ ଫେରିଥିଲେ ପିଣ୍ଟୁ । କିନ୍ତୁ ନିଜ ଘର ଆଗରେ ମହୁମାଛି ଆକ୍ରମଣର ଶିକାର ହୋଇ ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − nine =