ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଏହି ଖେଳାଳି ସାମିଲ ହେଲେ

0 100

ଢାକା: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆରେ କିଛି ପରିବର୍ତ୍ତନ କରିଛି। ଆହତ କାରଣରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନଙ୍କୁ ତୃତୀୟ ଦିନିକିଆରୁ ବାଦ ଦିଆଯାଇଛି। ଏଥି ସହିତ ‘ଚାଇନାମ୍ୟାାନ’ ବୋଲର କୁଲଦୀପ ଯାଦବଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। କୁଲଦୀପ ତୃତୀୟ ଦିନିକିଆରେ ଖେଳିବେ। ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରୋହିତ ଆହତ ହୋଇଥିଲେ। ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ରୋହିତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ। ବିଶେଷଜ୍ଞ ପରାମର୍ଶ ପାଇଁ ସେ ମୁମ୍ବାଇ ଯାଇଛନ୍ତି। ତେଣୁ ସେ ଶେଷ ଦିନିକିଆ ଖେଲିବେ ନାହିଁ। ଆଗାମୀ ଟେଷ୍ଟ ସିରିଜ ପାଇଁ ତାଙ୍କର ଉପଲବ୍ଧତା ଉପରେ ନିଷ୍ପତ୍ତି ପରେ ନିଆଯିବ।

hiranchal ad1
Leave A Reply

Your email address will not be published.

4 × 4 =