ସମ୍ବଲପୁରରେ ଖବରକାଗଜ ବିତରକମାନଙ୍କୁ ମିଳିଲା ପରିଚୟପତ୍ର

0 61

ସମ୍ବଲପୁର : ଖବରକାଗଜ ବିତରକମାନଙ୍କୁ ସେମାନଙ୍କ ଅଧିକାର ଦେବା ଓ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି । ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟରତ ଖବରକାଗଜ ବିତରକଙ୍କୁ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏ ନେଇ ସ୍ଥାନୀୟ ଜିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ ଯୋଗ ଦେଇ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ପଞ୍ଜିକୃତ ୩୧୧ ଖବରକାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କୁ ଆର୍ଥିକ ସହାୟତା ପୂର୍ବରୁ ପ୍ରଦାନ କରାଯାଇଛି । ଏଥିରେ କ୍ରିଷ୍ଣା ଳଚନ୍ଦ୍ର ନାୟକ, ଶ୍ୟାମ ବହାଦୁର, ସ୍ୱପ୍ନେଶ୍ୱର ସେନାପତି, ଆନନ୍ଦ ଭୋଇ, ଶିବ ଶଙ୍କର ଦୋରା, ଗୋକୁଳ ପଣ୍ଡା, ନିଲୁ ବାଗ, ଅପୂର୍ବ ରଞ୍ଜନ ନାୟକ, ଗୋବିନ୍ଦ ନାଗ, ଦିନେଶ ବିଶ୍ୱକର୍ମା, ଶରତ ରାଣା, ଦୁଃଖନାସନ ବରାଳ, ପ୍ରଭାକର ପୂଜାରୀ, ଅଜିତ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କ ଠାରୁ ପରିଚୟ ପତ୍ର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 4 =