କୁଳପତିଙ୍କ ବିରୁଦ୍ଧରେ ଏଫଆଇଆର ଦାଏର ପାଇଁ ଆବେଦନ ଦାଖଲ

0 46

ସମ୍ବଲପୁର: ସ୍ଥାନୀୟ ଲାଲା ଲଜପତ ରାଜ ଆଇନ ମହାବିଦ୍ୟାଳୟର ପାଣ୍ଠିରୁ ପ୍ରାୟ ୬୬.୬୭ ଲକ୍ଷ ଟଙ୍କା ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ନିଆ ଯାଇଥିବା ମାମଲାକୁ ଅବୈଧ ଏବିଷୟରେ ଏକ ଏଫଆଇଆର ରୁଜୁ କରିବା ପାଇଁ ଆବେଦନ କରାଯାଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘର କିଛି ସଭ୍ୟ ଏବିଷୟରେ ଧନୁପାଲି ଥାନା ପ୍ରଭାରୀଙ୍କୁ ଭେଟିଥିଲେ ଓ ଆଲୋଚନା ମଧ୍ୟ କରିଥିଲେ । ଏହା ପୂର୍ବରୁ ଏହି ମାମଲାରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମହାବିଦ୍ୟାଳୟର ମୁଖ୍ୟ ଦ୍ୱାର ସମ୍ମୁଖରେ ଧାରଣା ପ୍ରଦର୍ଶନ କରା ଯାଇଥିଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ମହାବିଦ୍ୟାଳୟ ପ୍ରତି ଅସୂୟା ମନୋଭାବ ସହିତ ପକ୍ଷପାତ କରାଯିବା ବିଷୟରେ କିଛି ପୂର୍ବତନ ଛାତ୍ରଛାତ୍ରୀ ଏହା ଆଗରୁ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 15 =