ବଢିଲା ଚିଦାମ୍ବରମଙ୍କ ସଙ୍କଟ : ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ସିବିଆଇ ରେଡ୍‌

0 133

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସଙ୍କଟ ବଢିବାରେ ଲାଗିଛି । ଆଇନ ଜାଲରୁ ସେ ମୁକୁଳିପାରୁ ନାହାନ୍ତି । ଆଜି ପୁଣି ରେଡ୍‌ ହୋଇଛି ଚିଦାମ୍ବରମଙ୍କ ଘରେ । ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ । କାର୍ତ୍ତିଙ୍କ ଦିଲ୍ଲୀ, ମୁମ୍ବାଇ,ଚେନ୍ନାଇସ୍ଥିତ ବାସଭବନ ଉପରେ ଆଜି ସକାଳୁ ରେଡ ଚାଲିଛି । ସିବିଆଇ ଟିମ୍‌ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ ଓ ଓଡିଶାର ଝାରସୁଗୁଡ଼ାରେ ଚଢାଉ କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ବିଦେଶୀ କମ୍ପାନୀକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ଏହି ରେଡ୍‌ ହେଉଥିବା ସୂଚନା ମିଳିଛି । ୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍‌ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଆଧାରରେ ଆଜି ଚଢାଉ କରାଯାଉଥିବା ସୂଚନା ମିଳିଛି । ସାବୁ ନାମକ ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ପାଇଥିବା ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ କରୁଛି ସିବିଆଇ । ସିବିଆଇ ରେଡ ଚାଲିଥିବା ବେଳେ ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି, ଏପରି କେତେ ଥର ଚଢାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି । ଏହା ଏକ ରେକର୍ଡ । ଆଜି ସିବିଆଇ ରେଡ୍‌ ଚାଲିଥିବା ବେଳେ କାର୍ତ୍ତି ଲଣ୍ଡନରେ ଥିବା ଜଣାଯାଇଛି । ଏହାପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ ଚିଦାମ୍ବରମ ବାପ ପୁଅ ।

hiranchal ad1
Leave A Reply

Your email address will not be published.

19 − fifteen =