ଆସାମରେ ଜଳ ପ୍ରଳୟ

0 67

ଗୌହାଟୀ,୧୭/୫ : ଆସାମରେ ବନ୍ୟା ବିଭିଷିକା ଉଗ୍ର ରୂପ ଧାରଣ କରିଛି । ରାଜ୍ୟରେ ଲାଗି ରହିଛି ଜଳ ପ୍ରଳୟ । ବନ୍ୟା,ଭୂ-ସ୍ଖଳନରେ ୫ ଜଣରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି । ସେହିପରି,ଅନେକ ଲୋକ ନିଖୋଜ ମଧ୍ୟ ହୋଇଛନ୍ତି । ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ ହେଉଛି ରାଜ୍ୟ । ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟିଛି । ଆଜି ଏକ ଟ୍ରେନ ଓଲଟି ପଡ଼ିଛି । ଡିମା ହସାଓ ରେଲୱେ ଷ୍ଟେସନ ଜଳମଗ୍ନ ହୋଇପଡିଛି । ଫଳରେ ଷ୍ଟେସନରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ ପ୍ରବଳ ବର୍ଷା ଯୋଗୁଁ ଓଲଟି ପଡିଛି । ଏଠାରେ ଟ୍ରେନ୍‌ ସେବା ପୂରାପୁରି ଠପ୍‌ ହୋଇପଡିଛି । ଭୂସ୍ଖଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଏଯାବତ୍‌ ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନରେ ତିନିଜଣଙ୍କ ଜୀବନ ଯାଇଛି । ୨୦ଟି ଜିଲ୍ଲାର ୬୫୨ ଟି ଗାଁ ଏବେ ପାଣି ଘେରରେ ରହିଛି । ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ୫୫ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି । ସେଠାରେ ପ୍ରାୟ ୩୫ ହଜାର ଲୋକ ଆଶ୍ରୟ ନେଇଛନ୍ତି । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ, ଏସଡିଆରଏଫ୍‌ ଓ ଏନଡିଆରଏଫ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅନେକ ସ୍ଥାନରେ ରାସ୍ତା ଓ ବ୍ରିଜ ଭାଙ୍ଗି ଯାଇଥିବାରୁ ଯାତାୟତ ଠପ୍‌ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

fifteen + 7 =